www.samajalive.in
Saturday, December 6, 2025
23.1 C
Bhubaneswar

ପୁରୁଣା ମେଡିକାଲ କାଗଜ ଦେଖାଇ ରାସ୍ତାରେ ବୁଲୁଥିଲେ, ୫୦୦ ଟଙ୍କା ଫାଇନ କାଟି ତାଗିଦ କଲା ପୁଲିସ

ଭୁବନେଶ୍ଵର: ଡାକ୍ତରଖାନା ଯିବାର ବାହାନା କରି ପୁଲିସକୁ ପୁରୁଣା ମେଡିକାଲ କାଗଜ ଦେଖାଇ ଭୁଆଁ ବୁଲାଉଥିଲେ। ମେଡିକାଲ କାଗଜ ଦେଖାଇ ଗାଡ଼ି ଧରି ରାସ୍ତାରେ ବୁଲୁଥିଲେ। ପୁଲିସ ବି ତାହାକୁ ଯାଞ୍ଚ ନ କରି ଛାଡ଼ିଦେଉଥିଲା। ହେଲେ ବୁଧବାରଠାରୁ ଯାଞ୍ଚ କଡ଼ାକଡ଼ି ହେବା ପରେ ଜଣେ ଯୁବକଙ୍କ ଏହି କାରନାମା ଧରାପଡ଼ି ଯାଇଛି। ପୁଲିସ ତାଙ୍କଠାରୁ ୫୦୦ ଟଙ୍କାର ଚାଲାଣ କାଟିବା ସହିତ କଡ଼ା ତାଗିଦ କରି ଛାଡ଼ିଛି।

ସୂଚନା ଅନୁସାରେ, ଜଣେ ଯୁବକ ୨ ଦିନ ହେଲା ଏକ ମେଡିକାଲ କାଗଜ ଦେଖାଇ ରାଜଧାନୀ ରାସ୍ତାରେ ବୁଲୁଥିଲେ। ବୁଧବାର ଏଜି ଛକ ନିକଟରେ ପୁଲିସ ତାଙ୍କୁ ଅଟକାଇଥିଲା। ସେ ମେଡିକାଲ ଯିବାର ବାହାନା ଦେଖାଇ ଏକ କାଗଜ ଦେଖାଇଥିଲେ। ପରେ ପୁଲିସ ତା’କୁ ଯାଞ୍ଚ କରିବାରୁ ତାହା ବହୁଦିନ ତଳର ବୋଲି ଜଣାପଡ଼ିଥିଲା। ଏପରି କି ସମ୍ପୃକ୍ତ ଯୁବକ ଗତ ମଙ୍ଗଳବାର ବି ସେହି କାଗଜ ଦେଖାଇ ଏଜି ଛକ ବାଟେ ଯାଇଥିବା ଜଣେ ପୁଲିସ କହିଥିଲେ। ଏହା ଜଣାପଡ଼ିବା ପରେ ପୁଲିସ ତାଙ୍କଠାରୁ ଜରିମାନା କାଟିଥିଲା ଏବଂ ଘରୁ ନ ବାହାରିବାକୁ ପରାମର୍ଶ ଦେଇ ଛାଡ଼ିଥିଲା।

- Advertisement -

ସୂଚନାଯୋଗ୍ୟ, କରୋନା ଭୂତାଣୁର ବ୍ୟାପକତା ଉପରେ ଲଗାମ ଲଗାଇବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ୨୧ ଦିନ ପର୍ଯ୍ୟନ୍ତ ଘରେ ରହିବ କରୋନା ସହିତ ଲଢ଼ିବାକୁ ହାତ ଯୋଡ଼ି ନିବେଦନ କରିଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଯୁବପିଢ଼ି ଅନ୍ୟକୁ ସଚେତନ କରିବା ଲାଗି ଆଗେଇ ଆସିବା ବଦଳରେ ଲକ୍‌ଡାଉନ ନିୟମକୁ ଉଲ୍ଲଂଘନ କରିବା ସହିତ ସମାଜ, ରାଜ୍ୟ ତଥା ଦେଶ ପାଇଁ ବିପଦର କାରଣ ସାଜୁଛନ୍ତି। ମିଛ ବାହାନା କରି ରାସ୍ତାଘାଟରେ ବୁଲୁଛନ୍ତି। ଏଭଳି ଯୁବକଙ୍କୁ ଧରି କଡ଼ା ତାଗିଦ କରୁଛି କମିଶନରେଟ ପୁଲିସ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories