‘ମୋ ସରକାର’ କାର୍ଯ୍ୟକାରୀ ପାଇଁ ଡିଜିପିଙ୍କ ପ୍ରସ୍ତୁତି ବୈଠକ

କଟକ: ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରୁ ‘ମୋ ସରକାର’ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଥିଲା ବେଳେ ଏହାକୁ ସଫଳ କରିବା ପାଇଁ ଓଡିଶା ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ଆରକ୍ଷୀ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ବୁଧବାର କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟ ଠାରେ ଭୁବନେଶ୍ୱର-କଟକ ପୁଲିସ କମିଶନର ,ସମସ୍ତ ରେଞ୍ଜ ଆଇ.ଜି, ଡି.ଆଇ.ଜି ଓ ରାଜ୍ୟର ସବୁ ଜିଲ୍ଲାର ଆରକ୍ଷୀ ଅଧିକକ୍ଷ ମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଏବାବଦରେ ପ୍ରସ୍ତୁତିର ସମୀକ୍ଷା କରିଥିଲେ।

 

prayash

ଏହି ବ୍ୟବସ୍ତାରେ ନିଜେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ଓ ପଦସ୍ଥ ଅଧିକାରୀମାନେ ନିୟମିତ ବ୍ୟବଧାନରେ ରାଜ୍ୟର ବିଭିନ୍ନ ଥାନାକୁ ସହାୟତା ପାଇଁ ଯାଉଥବା ଲୋକଙ୍କ ଠାରୁ ଫୋନ ଦ୍ୱାରା ସେମାନଙ୍କ ମତାମତ ଓ ପ୍ରତିକ୍ରିୟା ନେବେ।ଏହି କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ଓ ଜିଲ୍ଲା ସ୍ଥରରେ ‘କଲ ସେଣ୍ଟର’ ପ୍ରତିଷ୍ଠା କରିବାକୁ ଆରକ୍ଷୀ ମହାନିର୍ଦ୍ଦେଶକ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛନ୍ତି।ଏଥି ପାଇଁ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ଏକ ଡାସବୋର୍ଡ ତିଆରି କରିଛନ୍ତି।ଯାହା ଥାନାରେ ଅଭିଯୋଗ ଦେଇଥବା ବ୍ୟକ୍ତି ବିଶେଷକଙ୍କ ଟେଲିଫୋନ ନମ୍ବର ତାଲିକା ପ୍ରସ୍ତୁତ କରିବ। ରାଜ୍ୟ ସ୍ତରରେ ‘କଲ ସେଣ୍ଟର’ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ଠାରେ କାର୍ଯ୍ୟ କରିବ ଓ ଜିଲ୍ଲା ସ୍ତରରେ ଏହା ଆରକ୍ଷୀ ଅଧିକକ୍ଷଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକରିବ।ଏହି ସମୀକ୍ଷା ବୈଠକ ବେଳେ ଥାନା ମାନଙ୍କରେ କାର୍ଯ୍ୟରତ କର୍ମଚାରୀଙ୍କ ଆଚରଣ କିଭଳି ବୃତ୍ତିଗତ ଓ ବନ୍ଧୁତ୍ୱପୂର୍ଣ୍ଣ ହେବ ସେ ସଂକ୍ରାନ୍ତରେ ବିସ୍ତାର ଭାବେ ଆଲୋଚନା କରାଯାଇଛି। ଏଥି ପାଇଁ ପ୍ରତ୍ୟେକ ଜିଲ୍ଲାରୁ ଜଣେ ବା ଦୁଇ ଜଣ ବଛା ବଛା  ଅଫିସରଙ୍କୁ ପ୍ରଶିକ୍ଷଣ କରାଯିବ ଓ ସେମାନେ ପ୍ରଶିକ୍ଷଣ ପାଇବା ପରେ ନିଜ ଜିଲ୍ଳାର ସମସ୍ତ କର୍ମଚାରୀଙ୍କୁ ମାର୍ଜିତ ବ୍ୟବହାର ପାଇଁ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଦେବେ। ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଆଗାମୀ ୩୦ ଅଗଷ୍ଟରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ।ଆସନ୍ତା ୩୦ ତାରିଖ ଭିତରେ ଯୁଦ୍ଧ କାଳିନ ଭିତ୍ତିରେ ପ୍ରସ୍ତୁତି କାମ ଶେଷ କରିବାକୁ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଶର୍ମା ସମସ୍ତ ଆରକ୍ଷୀ ଅଧିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

kalyan agarbati

Comments are closed.