www.samajalive.in
Saturday, December 13, 2025
15.1 C
Bhubaneswar

୧୦୦ ପୁଲିସ କର୍ମଚାରୀ ମହାନିର୍ଦେଶକଙ୍କ ସମ୍ମାନ ପାଇଁ ମନୋନୀତ

ଭୁବନେଶ୍ବର; ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟ ପୁଲିସର ବରିଷ୍ଠ ଆଇପିଏସ୍‌ ସ୍ତରରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ ୧୦୦ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ୨୦୨୧ ବର୍ଷ ପାଇଁ ଆସନ୍ତା ସ୍ବାଧୀନତା ଦିବସ ଅବସରରେ ପୁଲିସ ମହାନିର୍ଦେଶକଙ୍କ ସମ୍ମାନ ପ୍ରଦାନ କରାଯିବା ଲାଗି ମନୋନୀତ କରାଯାଇଛି। ପୁଲିସ ମୁଖ୍ୟାଳୟରୁ ୧୦୦ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ନାମ ଘୋଷଣା କରାଯାଇଛି। କେନ୍ଦ୍ରାଞ୍ଚଳ ମହାନିରୀକ୍ଷକ ନରସିଂହ ଭୋଳ, ବଲାଙ୍ଗିର ପୁଲିସ ଅଧୀକ୍ଷକ କୁଶାଲକର ନିତିନ୍‌ ଡାଗ୍‌ଡୁ, କଳାହାଣ୍ଡି ପୁଲିସ ଅଧୀକ୍ଷକ ଡ. ସରଭଣା ବିବେକ ଏମ୍‌, ଦୁର୍ନୀତି ନିବାରଣ ସହକାରୀ ମହାନିରୀକ୍ଷକ ଅନିଲ୍‌ କୁମାର ପାତ୍ର, ୪ର୍ଥ ଏସ୍‌ଏସ୍‌ ବାଟାଲିଅନ୍‌ର ଦୁର୍ଗପତି ଦୁର୍ବାସା ନାୟକ, ଦୁର୍ନୀତି ନିବାରଣ ବିଭାଗର ଅତିରିକ୍ତ ଅଧୀକ୍ଷକ ପ୍ରକାଶ କୁମାର ନାୟକ, ସହକାରୀ ପୁଲିସ ଆୟୁକ୍ତ ତାପସ ଚନ୍ଦ୍ର ପ୍ରଧାନ, ନୟାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଶୁୁଭେନ୍ଦୁ ସିହ୍ନା, ସ୍ବତନ୍ତ୍ର ଶାଖାର ଉପଅଧୀକ୍ଷକ ଅବନୀ କୁମାର ମହାନ୍ତିଙ୍କୁ ମିଶାଇ ୧୦ ଜଣ ଉପଅଧୀକ୍ଷକଙ୍କୁ ମହାନିର୍ଦେଶକ ସମ୍ମାନ ପାଇଁ ମନୋନୀତ କରାଯାଇଛି।

ସେହିପରି ୧୩ ଜଣ ନିରୀକ୍ଷକ ସ୍ତରର ଅଧିକାରୀ, ୨ ଜଣ ସୁବେଦାର, ୧୦ ଜଣ ଉପନିରୀକ୍ଷକ, ଜଣେ ଉପସୁବେଦାର, ୬ ଜଣ ସହକାରୀ ଉପନିରୀକ୍ଷକ, ଜଣେ ହାବିଲ୍‌ଦାର ମେଜର, ୮ ଜଣ ହାବିଲ୍‌ଦାର, ୨୪ ଜଣ କନଷ୍ଟେବଳ, ଜଣେ ସହାୟକ ଗାଡ଼ିଚାଳକ , ୨ ଜଣ କମା‌େ‌ଣ୍ଡା ୨ ଜଣ ସିପାହି, ୧୦ଜଣ ଓଏପିଏଫଙ୍କୁ ମନୋନୀତ କରାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories