www.samajalive.in
Friday, December 12, 2025
15.1 C
Bhubaneswar

ଯୁବ କବିଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ମାନରେ ସମ୍ମାନିିତ

ଫୁଲବାଣୀ: ଭୁବନେଶ୍ୱର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସାରସ୍ୱତ ଓଡ଼ିଆ ଭାଷା ଓ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଫୁଲବାଣୀର ଯୁବ ସାହିତ୍ୟକ ନୃସିଂହାନନ୍ଦ ମହାପାତ୍ରଙ୍କୁ ଚଳିତ ବର୍ଷ ଓଡ଼ିଆ ଭାଷା ଓ ସାହିତ୍ୟ ୨୦୨୦ରେ ସମ୍ମାନିତ କରଯାଇଛି। ବିଶିଷ୍ଟ ଗବେଷକ ପ୍ରଫେସର ଡ଼ଃ.ପ୍ରେମାନନ୍ଦ ମହାପାତ୍ରଙ୍କ ସମେତ ମହାବିଦ୍ୟାଳୟର ବିଭାଗୀୟ ଛାତ୍ରଛାତ୍ରୀ ଓ ଅନ୍ୟ ପ୍ରଫେସରଙ୍କ ଉପସ୍ଥିତିରେ କୋଭିଡ଼୍‍ ନିୟମ ପ୍ରକାରେ ଏହି ସମ୍ମାନରେ ସମ୍ମାନିତ କରଯାଇଛି। ଯୁବକବି ଶ୍ରୀ ମହାପାତ୍ର ବୃତ୍ତିରେ ଫୁଲବାଣୀ ସରକାରୀ ଆଇଟିଆଇର ତାଲିମପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟରତ। କିନ୍ତୁ ନିଶାରେ ସେ ଜଣେ ସାରସତ୍ୱ ସାଧକ। ତାଙ୍କ ଦ୍ୱାରା ପ୍ରିୟା ବାସନ୍ତି, ଫୁଲ କୁଆଁରି, ମା ମାଟି ମଶାଣି ଓ ଲାଜୟୀ ଝିବ କବିତା ସଂକଳନ ଗ୍ରନ୍ତ ଗୁଡ଼ିକ ପ୍ରକାଶ ପାଇଥିବା ବେଳେ ସେ ଇତି ମଧ୍ୟରେ ଅନେକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ଚାତ୍ରୀ ସୋନାଲି ଶୁଭଦର୍ଶନୀ ଧନ୍ୟବାଦ ଅର୍ପଣ କରିଥିଲେ। ଫୁଲବାଣୀର ଯୁବକବି ଶ୍ରୀ ମହପାତ୍ର ଏହି ସମ୍ମାନରେ ସମ୍ମାନିତ ହୋଇଥିବା ଯୋଗୁଁ ତାଙ୍କ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories