www.samajalive.in
Saturday, December 13, 2025
26.1 C
Bhubaneswar

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଆଜୀବନ କାରାଦଣ୍ଡ

ଡେସ୍କ: ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ପକସୋ କୋର୍ଟ ୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୬ ମସିହା ଅଗଷ୍ଟ ମାସରେ କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ପକସୋ କୋର୍ଟ। ସମ୍ପୃକ୍ତ ମାମଲାରେ କୋର୍ଟ ଜଣେ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।


ସୂଚନା ଅନୁଯାୟୀ, ବସ ଡ୍ରାଇଭର ସନ୍ତୋଷ ସାହୁ ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିଲା। ନାବାଳିକା ଜଣକ ଏଥିରେ ରାଜି ନ ହେବାରୁ କଣ୍ଡକ୍ଟର ବିଭୂତି ରାଉତ ସହ ମିଶି ନାବାଳିକାକୁ ଦୁଷ୍କର୍ମ କରିବା ସହ ବସରେ ଥିବା ରଡ୍ ସାହାଯ୍ୟରେ ନୃଶଂସ ଭାବେ ହତ୍ୟା କରିଥିଲେ। ପରେ ମୃତଦେହକୁ ଉଭୟ କଣ୍ଡକ୍ଟର ଓ ଡ୍ରାଇଭର ମହାନଦୀକୁ ଫୋପାଡ଼ି ଦେଇଥିଲେ। ଏହି ଘଟଣାର ବିଚାର ସମୟରେ ୪୪ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories