ମୁମ୍ବଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି) ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ନିଜ କାମ ହାସଲ ପାଇଁ ବ୍ୟାଙ୍କ ଅଧିକାରୀଙ୍କୁ ଲାଞ୍ଚ ରୂପେ ସୁନା ଓ ହୀରା ଅଳଙ୍କାର ଦେଇଥିବା ଜଣାପଡ଼ିଛି। ଏହି ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ଶନିବାର ଏପରି ତଥ୍ୟ ମୁମ୍ବଇ କୋର୍ଟଙ୍କୁ ଅବଗତ କରିଛି। ଗତବର୍ଷ ଅକ୍ଟୋବର ମାସରେ ନିରବ ବ୍ୟାଙ୍କ ଅଧିକାରୀଙ୍କୁ ଏହି ଲାଞ୍ଚ ଦେଇଥିଲେ।
ସିବିଆଇ ଏଯାବତ୍ ଏହି ମାମଲାରେ ୧୪ଜଣଙ୍କୁ ଗିରଫ କରିଛି। ପିଏନ୍ବିର ବ୍ରେଡି ହାଉସ ଶାଖାରେ ୨୦୧୫ରୁ ୨୦୧୮ ମସିହା ପର୍ଯ୍ୟନ୍ତ ମ୍ୟାନେଜର ରହିଥିବା ଯଶବନ୍ତ ଯୋଶୀ ନିରବଙ୍କଠାରୁ ସୁନା ଓ ହୀରା ଅଳଙ୍କାର ଲାଞ୍ଚ ନେଇଥିବାର ସେ ସ୍ୱୀକାର କରିଛନ୍ତି। ଯଶବନ୍ତ ଦୁଇଟି ସୁନା ମୁଦ୍ରା, ସୁନା ଓ ହୀରାର କାନଫୁଲ ନେଇଥିଲେ। ସିବିଆଇ ଏହି ସବୁ ସୁନା ଓ ହୀରା ଅଳଙ୍କାର ଯଶବନ୍ତଙ୍କ ଘରୁ ଜବତ କରିଛି। ନିରବଙ୍କ କହିବା ଅନୁସାରେ ଯଶବନ୍ତ ଏଲଓୟୁ ଜାରି କରିଥିବା ନେଇ ସିବିଆଇ ପକ୍ଷରୁ ଦାବି କରାଯାଇଛି।
ପିଏନ୍ବି ମହାଦୁର୍ନୀତି: ବ୍ୟାଙ୍କ ଅଧିକାରୀଙ୍କୁ ହୀରା ଗହଣା ଲାଞ୍ଚ ଦେଇଥିଲେ ନିରବ ମୋଦି
Popular Categories



