www.samajalive.in
Saturday, December 13, 2025
15.1 C
Bhubaneswar

କରୋନା ବେଳେ ପିଏନବିରେ ବଦଳି ପର୍ବ, ୬ ହଜାର ଅଧିକାରୀ ସ୍ଥାନାନ୍ତର

ଦେଶର ଦ୍ୱିତୀୟ ବୃହତ୍ତମ ପବ୍ଲିକ ସେକ୍ଟର ବ୍ୟାଙ୍କ ଭାବେ ଜଣାଶୁଣା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୬ ହଜାର ଅଧିକାରୀଙ୍କୁ ବଦଳି କରିଛି। ଦେଶରେ କରୋନା ମହାମାରୀଙ୍କୁ ନେଇ ବିଭିନ୍ନ ରାଜ୍ୟରେ ଲକଡାଉନ ଓ ସଟଡାଉନ ଭଳି ପରିସ୍ଥିତି ଚାଲିଥିବା ବେଳେ ସେହି ଅଧିକାରୀଙ୍କ ମଧ୍ୟରୁ କେତେ ଜଣଙ୍କୁ ବର୍ତ୍ତମାନର ପୋଷ୍ଟିଂ ସ୍ଥାନଠାରୁ ୨ ହଜାର କିଲୋମିଟରରୁ ଅଧିକ ଦୂର ବଦଳି କରାଯାଇଛି। ସେହି ଅଧିକାରୀମାନଙ୍କୁ ପଦୋନ୍ନତି ପରେ ବଦଳି କରାଯାଇଛି କିନ୍ତୁ ସେହି ଅଧିକାରୀମାନେ କହିଛନ୍ତି ଯେ କରୋନା ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି କାରଣରୁ ସେମାନଙ୍କୁ ବିକଳ୍ପ ମିଳିଲେ ସେମାନେ ପଦୋନ୍ନତି ଗ୍ରହଣ ମନା କରିବାକୁ ପ୍ରସ୍ତୁତ ଅଛନ୍ତି।

ପିଏନବି କହିଛି ଯେ ପ୍ରାୟ ୬ ହଜାର ଅଧିକାରୀଙ୍କ ଠାରୁ ମିଳିଥିବା ପସନ୍ଦକୁ ଆଧାର କରି ୩ ହଜାର ୬୧୧ ଜଣ ଅଧିକାରୀଙ୍କ ପଦୋନ୍ନତି ଏବଂ ବଦଳି କରାଯାଇଛି। କିଛି ଅଧିକାରୀଙ୍କ ବଦଳି ଦିଲ୍ଲୀରୁ ଅଗରତାଲା, ଜୟପୁରରୁ ଚେନ୍ନାଇ, ଦିଲ୍ଲୀରୁ କୋଏମ୍ବାଟୁର, ରାଜକୋଟରୁ କୋଜିକୋଡେ କରାଯାଇଛି, ଯାହା ବର୍ତ୍ତମାନର ପୋଷ୍ଟିଂ ସ୍ଥାନଠାରୁ ୨ ହଜାର କିଲୋମିଟର ଦୂରରେ ଅବସ୍ଥିତ। ଗତ ସପ୍ତାହରେ ଏହି ବଦଳି ଆଦେଶ ଆସିବା ପରେ ସ୍ଥାନାନ୍ତରିତ ହୋଇଥିବା ଅଧିକାରୀମାନେ ଚିନ୍ତାରେ ପଡିଛନ୍ତି। ଅନ୍ୟ ପକ୍ଷରେ ସ୍ଥାନାନ୍ତରିତ ଅଧିକାରୀମାନଙ୍କୁ ଏକ ଅଣ୍ଡରଟେକିଂରେ ସ୍ଵାକ୍ଷର କରିବାକୁ କୁହାଯାଇଛି ଯେଉଁଥିରେ ଲେଖା ଅଛି ଯେ ସ୍ଥାନାନ୍ତରିତ ହୋଇଥିବା ସ୍ଥାନରେ ଯୋଗଦେବା ନେଇ କୌଣସି ଅସୁବିଧା ନାହିଁ ଓ ଜୁଲାଇ ୨୯ ସୁଦ୍ଧା ନୂଆ ସ୍ଥାନରେ କାର୍ଯ୍ୟରେ ଯୋଗ ଦେବେ।

- Advertisement -

ପିଏନବି କହିଛି ଯେ କର୍ମଚାରୀଙ୍କ ଦ୍ୱାରା ଦିଆଯାଇଥିବା ବିକଳ୍ପ ଉପରେ ଆଧାର କରି ବଦଳି କରାଯାଇଛି ଏବଂ ଜଣେ ଅଧିକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ପଦୋନ୍ନତି ତାରିଖ ଠାରୁ ୩ ମାସ ମଧ୍ୟରେ ପଦୋନ୍ନତି ଅଗ୍ରାହ୍ୟ କରିପାରନ୍ତି। କିନ୍ତୁ ସ୍ଥାନାନ୍ତରିତ ଅଧିକାରୀମାନେ କହିଛନ୍ତି ଯେ ଏପ୍ରିଲ୍ ୧, ୨୦୨୦ରେ ପଦୋନ୍ନତି ହୋଇଥିବାରୁ ଏହି ତିନି ମାସର ପଦୋନ୍ନତି ଅଗ୍ରାହ୍ୟ ସମୟସୀମା ଶେଷ ହୋଇ ସାରିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories