www.samajalive.in
Thursday, December 11, 2025
23.1 C
Bhubaneswar

ଜେସିବି ଦ୍ୱାରା ହେଲା ରାସ୍ତାକାମ, କାମ ପାଇଁ ଆଶା କରିଥିବା ଶ୍ରମିକ ନିରାଶ

କ.ନୂଆଗାଁ,ଫୁଲବାଣୀ : କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ବଣ୍ଡଗୁଡ଼ା ପଂଚାୟତର ପୂର୍ତ୍ତ ବିଭାଗ ରାସ୍ତା ଛକ ଠାରୁ ବିଲାବାଡ଼ି ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ପୂର୍ବରୁ ଶୋଚନୀୟ ହୋଇ ପଡ଼ିଥିବ ଯୋଗୁଁ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଉକ୍ତ ରାସ୍ତା ନିର୍ମାଣ ପାଇଁ ୭ ଲକ୍ଷ ଟଙ୍କା ମଂଜୁର କରାଯାଇ ଗତ ୩ ମାସ ତଳେ ରାସ୍ତା ଉପରେ ମରୁମ ମାଟି ପକାଯାଇଥିଲା। କିଛିଦିନ ଉକ୍ତ ରାସ୍ତାରେ ଯାତାୟତ ସମ୍ଭବ ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ବର୍ଷା ଯୋଗୁଁ ଉକ୍ତ ରାସ୍ତାଟି ପୁଣିଥରେ କାଦ ପଚ ପଚରେ ଭର୍ତ୍ତି ହୋଇ ଯାତାୟତ ଏକ ପ୍ରକାର ଅସମ୍ଭବ ହୋଇ ପଡିଥିଲା।

ଏନେଇ ଗ୍ରାମର କିଛି ଶିକ୍ଷିତ ଯୁବକ ଓ ଅନ୍ୟମାନେ ଟୁଇଟି୍‍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୫ଟି ସଚିବ ଓ ଜିଲାପାଳ ଓ ଅନ୍ୟମାନଙ୍କୁ ବର୍ତ୍ତମାନର ରାସ୍ତାର ଅବସ୍ଥା ସଂପର୍କରେ ଅବଗତ କରିବା ପରେ ରି ଟୁଇଟ୍‍ ମାଧ୍ୟମରେ ଉକ୍ତ ରାସ୍ତାକୁ ପୁଣିଥରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନରେ କରାଯିବ ବୋଲି ସୂଚନା ଦିଆଯାଇଥିଲା। ତେବେ ଲକ୍‍ଡ଼ାଉନ୍‍ ସମୟରେ ଗ୍ରାମ ବାସୀ ପୁଣିଥିରେ କିଛି କାମ ଓ ରୋଜଗାର ପାଇବେ ବୋଲି ଆଶା ବ୍ୟକ୍ତି କରିଥିଲେ ମଧ୍ୟ ବର୍ତ୍ତମାନ ଉକ୍ତ ରାସ୍ତାକୁ ଶ୍ରମିକଙ୍କ ବଦଳରେ ଜେସିବି ସାହାର୍ଯ୍ୟରେ ନିର୍ମାଣ କରାଯାଉଥିବା ଯୋଗୁଁ ଏହାକୁ ନେଇ ଅଞ୍ଚଳର ଶ୍ରମକ ଓ ଅନ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ତେବେ ଏ ସଂପର୍କରେ କ.ନୂଆଗାଁ ବିଡ଼ିଓଙ୍କର ମତାମତ ନେବା ପାଇଁ ଫୋନ୍‍ କରାଯାଇଥିଲେ ମଧ୍ୟ ସେ ଫୋନ୍‍ ଉଠାଇ ନଥିବା ବେଳେ ଏନେଇ ଉକ୍ତ ପଂଚାୟତର ସରପଂଚ ସଙ୍ଗୀତା ନାୟକଙ୍କୁ ପଚାରିବାରେ ରାସ୍ତା କାଦୁଅ ଥିବା ଯୋଗୁଁ ସେ ନିଜ ଟଙ୍କାରେ ରାସ୍ତା ନିର୍ମାଣ କରିଥିଲେ ବୋଲି ପଚାରିବାରେ ପ୍ରକାଶ କରିଛନ୍ତି। ତେବେ ବାସ୍ତବିକ ଏହା କେତେଦୂର ଠିକ୍‍ ତାହାର ତଦନ୍ତ କରିବା ପାଇଁ ସମାଜସେବୀ ସରୋଜ କାନ୍ତ ପଟନାୟକ ଓ ଅନ୍ୟମାନେ ଦାବି କରିଛନ୍ତି।

- Advertisement -

 

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories