ପିଏନବି ଜାଲିଆତି ମାମଲା: ୩ଗିରଫ: ୧୫ ନିଲମ୍ବିତ

0

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ଜାଲିଆତି ମାମଲାର ତଦନ୍ତ କରୁଥିବା ସିବିଆଇକୁ ଆଜି ଏକ ବଡ଼ ଧରଣର ସଫଳତା ମିଳିଛି। ନିରବଙ୍କୁ ଏଲଓୟୁ(ଲେଟର ଅଫ ଅଣ୍ଡରଟେକିଂ) ଜାରି କରିଥିବା ଡେପୁଟି ମ୍ୟାନେଜର ଗୋକୁଳନାଥ ସେଟ୍ଟିଙ୍କ ସମେତ ଅନ୍ୟ ୨ଜଣଙ୍କୁ ଆଜି ସିବିଆଇ ଗିରଫ କରିଛି। ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ମଧ୍ୟ ପିଏନବି ବ୍ୟାଙ୍କ କର୍ମଚାରୀ ମନୋଜ ଖରାଟ ରହିଥିବାବେଳେ ଅନ୍ୟଜଣକ ନିରବଙ୍କ କମ୍ପାନୀର କର୍ମଚାରୀ ହେମନ୍ତ ଭଟ୍ଟ। ୩ଜଣଙ୍କୁ ଆଜି ସିବିଆଇ ସ୍ପେସାଲ କୋର୍ଟରେ ହାଜର କରାଯାଇଛି।
୧୧,୪୦୦କୋଟିର ଏହି ଜାଲିଆତିକୁ ନେଇ ଏବେ କଂଗ୍ରେସ ଓ ବିଜେପି ମୁହାଁମୁହିଁ ପରିସ୍ଥିତି ଦେଖା ଦେଇଛି। ଉଭୟ ଏହି ଜାଲିଆତି ସେମାନଙ୍କ ଶାସନକାଳରେ ହୋଇଥିବା ଅଭିଯୋଗ କରୁଛନ୍ତି। ୨୦୧୧ରେ ଏହି ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ ଆଣିଥିବାବେଳେ ସେତେବେଳେ ୟୁପିଏ ସରକାର ଏହାକୁ ପ୍ରଶ୍ରୟ ଦେଇଥିବା ବିଜେପି ଅଭିଯୋଗ କରୁଥିବାବେଳେ ଏଲଓୟୁ ୨୦୧୭-୧୮ରେ ନବୀକରଣ କରାଯାଇ ଥିବା ଜଣାପଡ଼ିଛି। ଏଭଳି ନବୀକରଣ କିପରି ହେଲା ବୋଲି ପାଲଟା କଂଗ୍ରେସ ଅଭିଯୋଗ କରିଛି।
ମିଳିଥିବା ଖବର ଅନୁଯାୟୀ ସିବିଆଇ ପକ୍ଷରୁ ଏହି ଜାଲିଆତିରେ ଆଉ ଏକ ମାମଲା ରୁଜୁ କରାଯାଇଛି। ଏହି ଜାଲିଆତିର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସୀ ଓ ନିରବ ମୋଦି ସମ୍ମିଳିତ ଭାବରେ ସେମାନଙ୍କ ୩ଟି କମ୍ପାନୀ ଦ୍ୱାରା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ମୋଟ୍‌ ୪୮୮୬.୭୨କୋଟି ଟଙ୍କା ନେଇଥିବା ଜଣାପଡ଼ିଛି। ବ୍ୟାଙ୍କରୁ ଏହି ଟଙ୍କା ୧୪୩ଏଲଓୟୁ ଦ୍ୱାରା ନିଆଯାଇଛି।
ସର୍ବପ୍ରଥମେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୮ ଏଲ୍‌ଓୟୁ ଦ୍ୱାରା ୨୮୦.୭ କୋଟି ଟଙ୍କାର ଜାଲିଆତି ସାମ୍ନାକୁ ଆସିଥିଲା। ଏହି ଏଲଓୟୁ ୨୦୧୭ରେ ନିରବ ମୋଦିଙ୍କୁ ଜାରି କରାଯାଇ ଥିଲା। ପ୍ରଥମ ଜାଲିଆତିକୁ ମିଶାଇ ସିବିଆଇ ଏବେ ମୋଟ୍‌ ୬୪୯୮ କୋଟି ଟଙ୍କାର ଜାଲିଆତି ହୋଇଥିଲା। ପରବର୍ତ୍ତୀ ସମୟରେ ନୀରବ ମୋଦି ଓ ମୋହୁଲ ଚୌକସି ଏହି ପୁରୁଣା ଏଲଓୟୁକୁ ନବୀକରଣ କରି ୧୧୪୦୦କୋଟିରେ ରୂପାନ୍ତରିତ କରି ଦେଇଥିଲେ। ଏଭଳି ପ୍ରକ୍ରିୟା ପାଇଁ ସିବିଆଇ ପିଏନବିକୁ ପଚରାଉଚରା ଜାରି ରଖିଛି।
ପରବର୍ତ୍ତୀ ସମୟରେ ଏହି ଏଲଓୟୁକୁ ଭିତ୍ତି କରି ପିଏନବି ବ୍ୟାଙ୍କର ମୁମ୍ବଇ ଶାଖାରେ ୧୪୩ଟି ଏଲଓସି(ଲେଟର ଅଫ କ୍ରେଡିଟ୍‌) ଜାରି କରଯାଇ ଥିଲା। ଗିତାଞ୍ଜଳୀ ଜେମ୍ସ, ନକ୍ଷତ୍ର ଓ ଗିଲୀ ନାମକ ୩ କମ୍ପାନୀକୁ ଏହି ଏଲଓସି ପ୍ରଦାନ କରାଯାଇ ଥିଲା। ଏହି ଘଟଣାରେ ମୋଟ୍‌ ୧୫ଜଣଙ୍କୁ ପିଏନବି କର୍ତ୍ତୁପକ୍ଷ ନିଲମ୍ବିତ କରିଥିବାବେଳେ ସିବିଆଇ ପକ୍ଷରୁ ତଦନ୍ତ ଜାରି ରହିଛି।

Leave A Reply