www.samajalive.in
Sunday, December 14, 2025
23.1 C
Bhubaneswar

ପିଏନ୍‌ବି ମହାଦୁର୍ନୀତି: ଚନ୍ଦା କୋଚର ଓ ଶିଖା ଶର୍ମାଙ୍କୁ ନୋଟିସ ଜାରି

ମୁମ୍ବଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇ ମାମଲାର ତଦନ୍ତ ତ୍ୱରାନ୍ୱିତ ହୋଇଛି। ଏହି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟ ଚନ୍ଦା କୋଚର ଓ ଆକ୍ସିସ ବ୍ୟାଙ୍କ ଅଧ୍ୟକ୍ଷା ଶିଖା ଶର୍ମାଙ୍କୁ ନୋଟିସ ଜାରି କରାଯାଇଛି। ଏହି ଦୁଇ ବ୍ୟାଙ୍କ ମୁଖ୍ୟ ଅର୍ଥ ମନ୍ତ୍ରାଳୟ ଅଧୀନ ମୁମ୍ବଇସ୍ଥିତ ଗୁରୁତର ଠକେଇ ତଦନ୍ତ ଅଫିସରେ ହାଜର ହେବା ପାଇଁ କୁହାଯାଇଛି। ତଦନ୍ତକାରୀ ଏଜେନ୍ସି ଏହି ଦୁଇ ବ୍ୟାଙ୍କ ପ୍ରମୁଖଙ୍କୁ ସମନ ପଠାଇବା ସହ ଗୀତାଞ୍ଜଳି ଗ୍ରୁପ୍‌କୁ ବ୍ୟାଙ୍କିଂ କ୍ୟାପିଟାଲ ସୁବିଧା ଦେବା ଉପରେ ଜବାବ ମାଗିଛି। ସୂତ୍ରାନୁସାରେ, ହୀରା ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୌକସିଙ୍କ ଗୀତାଞ୍ଜଳି ଗ୍ରୁପ୍‌କୁ ବିଭିନ୍ନ ବ୍ୟାଙ୍କ ବହୁକୋଟି ଟଙ୍କାର ଋଣ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ପିଏନବି ମହାଠକେଇ ମାମଲାରେ ସିବିଆଇ ଗୀତାଞ୍ଜଳି ଗ୍ରୁପ୍‌ର ଉପ ନିର୍ଦେଶକ ବିପୁଲ ଚିତାଲିୟାଙ୍କୁ ପଚରାଉଚରା ଚଳାଇଛି। ଏବେ ଏଜେନ୍ସି ଆଉ କେତେକ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଜବାବ ମାଗିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories