www.samajalive.in
Saturday, December 6, 2025
19.1 C
Bhubaneswar

ବୋଡୋ ରାଜିନାମା ସ୍ୱାକ୍ଷର ଉତ୍ସବରେ ଯୋଗଦେବେ ମୋଦୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଆସାମର କୋକ୍ରାଝରଠାରେ ବୋଡୋ ରାଜିନାମା ସ୍ୱାକ୍ଷର ଉତ୍ସବରେ ଯୋଗଦେବେ। ଏହି ମହୋତ୍ସବର ସଫଳତା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବହୁସ୍ତରୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ମହୋତ୍ସବରେ ପ୍ରାୟ ୫ ଲକ୍ଷ ଲୋକ ଯୋଗଦେବାର ସମ୍ଭାବନା ରହିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୋଡୋ ଛାତ୍ର ସଂଗଠନ ପକ୍ଷରୁ ଏକ ବାଇକ୍‍ ର‍୍ୟାଲି ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ତାଙ୍କର ମନ୍ତ୍ରିମଣ୍ଡଳର ସହଯୋଗୀମାନେ ଏହି ଉତ୍ସବରେ ଯୋଗଦେବେ।

ଗତମାସ ୨୭ ତାରିଖରେ କେନ୍ଦ୍ର ସରକାର, ଆସାମ ଓ ଏନ୍‍ଡିଏପି ମଧ୍ୟରେ ଏକ ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ରାଜିନାମାରେ ଆସାମର ସର୍ବବୃହତ ବୋଡ଼ୋ ଜନଜାତିଙ୍କୁ ରାଜନୈତିକ ଓ ଆର୍ଥିକ ସୁବିଧା ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ତିନି ପକ୍ଷଙ୍କର ସମାନୁପାତିକ ଅବଦାନରେ ପ୍ରାୟ ୧ହଜାର ୫୦୦ କୋଟି ଟଙ୍କାର ଆର୍ଥିକ ଯୋଜନା କାର୍ଯ୍ୟକାରୀ କରାଯିବା ନେଇ ବୁଝାମଣା ହୋଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories