www.samajalive.in
Saturday, December 6, 2025
26.1 C
Bhubaneswar

କୃଷି କର୍ମଣ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ଟୁମ୍‍କୁର୍‍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବା​ର​‌ କର୍ଣ୍ଣାଟକର ଟୁମ୍‍କୁର୍‍ ଜୁନିୟର୍‍ କଲେଜ ପଡ଼ିଆରେ ଆୟୋଜିତ କୃଷି କର୍ମଣ ପୁରସ୍କାର ପ୍ରଦାନ ଉତ୍ସବରେ ୨୧ଟି ରାଜ୍ୟକୁ କୃଷିକର୍ମଣ ପୁରସ୍କାର ପ୍ରଦାନ କରିଛନ୍ତି । ଗତ ଶସ୍ୟ ଅମଳ ଋତୁରେ କୃଷି ଉତ୍ପାଦନ କ୍ଷେତ୍ରରେ ସଫଳତା ହାସଲ କରିଥିବା ରାଜ୍ୟକୁ  ସେ କୃଷିକର୍ମଣ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ମତ୍ସ୍ୟଜୀବୀଙ୍କୁ ସେ ମାଛଧରା ଉପକରଣ ମଧ୍ୟ ବଣ୍ଟନ କରିଛନ୍ତି । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଏହି ଅବସରରେ ପି.ଏମ୍‍. କୃଷି ସମ୍ମାନ ଯୋଜନା ଅଧୀନରେ ସମଗ୍ର ଦେଶର ୮କୋଟି ଚାଷୀଙ୍କୁ ଡିସେମ୍ବରରୁ ଫେବୃୟାରୀ ପର୍ଯ୍ୟନ୍ତ ମିଳିବାକୁ ଥିବା ଅର୍ଥ ରାଶି ପ୍ରଦାନ କରିଛନ୍ତି ।

ଅନ୍ୟ ପକ୍ଷରେ  ଚାଉଳ ସମେତ ସମସ୍ତ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଓଡ଼ିଶା କେନ୍ଦ୍ର  ସରକାରଙ୍କ ଠାରୁ ପ୍ରଶଂସନୀୟ ପୁରସ୍କାର ପାଇଛି। ୨୦୧୬-୧୭ ବର୍ଷ ପାଇଁ ସମୁଦାୟ ଖାଦ୍ୟ ଶସ୍ୟ ଶ୍ରେଣୀ-୨ରେ ଓଡ଼ିଶା ଏହି ସମ୍ମାନ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

- Advertisement -

ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ପରିଦର୍ଶନ କରି ସେଠାରେ ୫ଟି ଡି.ଆର୍‍.ଡି.ଓ. ଯୁବ ବିଜ୍ଞାନୀ ପରୀକ୍ଷାଗାରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

ସୂଚନା ଯୋଗ୍ୟ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ  ଆସନ୍ତାକାଲି ବେଙ୍ଗାଲୁରୁ ସ୍ଥିତ କୃଷି ବିଶ୍ୱବିଦ୍ୟାଳୟରେ ୧୦୭ ତମ ଜାତୀୟ ବିଜ୍ଞାନ କଂଗ୍ରେସ ସମ୍ମିଳନୀର ଉଦ୍‍ଘାଟନ କରିବେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories