www.samajalive.in
Saturday, December 6, 2025
26.1 C
Bhubaneswar

ସାରା ଦେଶ ପାଳନ କରୁଛି ସ୍ୱର୍ଣ୍ଣିମ ବିଜୟ ଦିବସ ; ଜାତୀୟ ସମର ସ୍ମାରକୀରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ହେଉଛି ବିଜୟ ଦିବସ। ସାରା ଦେଶ ପାଳନ କରୁଛି ସ୍ୱର୍ଣ୍ଣିମ ବିଜୟ ଦିବସ। ୧୬ ଡିସେମ୍ବର ୧୯୭୧ର ଐତିହାସିକ ବିଜୟର ଆନନ୍ଦ ଆଜି ମଧ୍ୟ ପ୍ରତ୍ୟେକ ଦେଶବାସୀଙ୍କ ହୃଦୟକୁ ଉତ୍ସାହରେ ପରିପୂର୍ଣ୍ଣ କରୁଛି। ଆଜିର ଦିନରେ ୧୯୭୧ରେ ଯୁଦ୍ଧରେ ବିଜୟ ଓ ବାଂଲାଦେଶର ସ୍ୱାଧୀନତା ଦିବସ ଅବସରରେ ବିଜୟ ଦିବସ ପାଳନ କରାଯାଇଥାଏ। ୧୯୭୧ରେ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟ ହାସଲ କରିବାର ୫୦ ବର୍ଷ ପୂରଣ ହେଉଥିବାରୁ ୨୦୨୧କୁ ସ୍ୱର୍ଣ୍ଣିମ ବିଜୟ ଦିବସ ବର୍ଷ ଭାବେ ଏହା ପାଳନ କରାଯାଉଛି।
୧୬ ଡିସେମ୍ବର ହେଉଛି ସୈନିକମାନଙ୍କ ସାହସିକତାକୁ ଅଭିବାଦନ କରିବାର ଦିନ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ୱର୍ଣ୍ଣିମ ବିଜୟ ମଶାଲର ସ୍ୱାଗତ ସମାରୋହରେ ଭାଗ ନେଇଛନ୍ତି। ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଜ୍ୱଳିତ କରାଯାଇଥିବା ଉକ୍ତ ୪ଟି ମଶାଲଗୁଡିକୁ ସିଆଚେନ୍ ଠାରୁ କାନିଆକୁମାରୀ, ଆଣ୍ଡାମାନ ଏବଂ ନିକୋବର ପର୍ୟ୍ୟନ୍ତ ଲଙ୍ଗୱାୱାଲା, କୁଚ୍ ଏବଂ ଅଗରତାଲା ପର୍ୟ୍ୟନ୍ତ ଘୂର୍ଣ୍ଣନ କରାଯାଇଥିଲା ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବିଜୟ ଦିବସ ଅବସରରେ ଗାନ୍ଧୀ ପାର୍କରେ ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories