ନୂଆଦିଲ୍ଲୀ : ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍ଜେ ଆକବରଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁହଁ ଖୋଲିବା ଦରକାର ବୋଲି ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ୍ ସ୍ୱାମୀ କହିଛନ୍ତି। ଶୁକ୍ରବାର ସ୍ୱାମୀ କହିଛନ୍ତି ଯେ ମି ଠୁ ମାଧ୍ୟମରେ ଆକବରଙ୍କ ବିରୋଧରେ ଜଣେ ନୁହେଁ ଏକାଧିକ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଯଦିଓ ଦୀର୍ଘଦିନ ପରେ ଏହି ଅଭିଯୋଗ ଆସିଛି ତେବେ ଏହା ସବୁ ମିଥ୍ୟା ବୋଲି କୁହାଯାଇପାରିବ ନାହିଁ। ରାଜନୀତିକୁ ଆସିବା ପୂର୍ବରୁ ଆକବର ସାମ୍ବାଦିକତା ବୃତ୍ତିରେ ଥିବା ସମୟରେ ଏହିସବୁ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ଆକବର ନିଜର ଜବାବ ଦେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ। ଏହି ଘଟଣାରେ କଂଗ୍ରେସ ଆକବରଙ୍କ ଇସ୍ତଫା ଦାବି କରିଛି।
Popular Categories



