www.samajalive.in
Friday, December 12, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉଲ୍ଲଂଘନ ଘଟଣା: ଏସପିଜି ଆକ୍ଟରେ ହେବ କାର୍ଯ୍ୟାନୁଷ୍ଠନ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉଲ୍ଲଂଘନ ଘଟଣା । ଧୀରେଧୀରେ ଅଡୁଆରେ ଛନ୍ଦିହେଉଛନ୍ତି ପଞ୍ଜାବ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଅଭାବକୁ ଗୁରୁତର ସହ ନେଇଛନ୍ତି ଗୃହମନ୍ତ୍ରୀ । ଏନେଇ ଗୃହମନ୍ତ୍ରୀ ପଞ୍ଜାବ ସରକାରଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିମାଗିଥିବା ଜଣାପଡ଼ିଛି । ଏଥିସହ ପଞ୍ଜାବର ପୋଲିସ କିଛି ଅଧିକାରୀଙ୍କ ବିରୋଧରେ ଏସପିଜି ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିନ୍ତା କରୁଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ହୁସେନାୱାଲା ରାଷ୍ଟ୍ରୀୟ ସହିଦ ମେମୋରିଆଲ ଠାରୁ ୩୦ କିଲୋମିଟର ଦୂରରେ ଥିବା ଏକ ଫ୍ଲାଏ ଓଭରରେ ପିଏମ ମୋଦୀ ପ୍ରାୟ ୧୫-୨୦ ମିନିଟ୍ ଧରି ଅଟକି ରହିଥିଲେ । ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ରାସ୍ତା ଅବରୋଧ କରିଥିଲେ। ଏହାକୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଅଘଟଣ ବୋଲି ଦର୍ଶାଇଛି । ଗୃହ ମନ୍ତ୍ରଣାଳୟ ଏନେଇ ପଞ୍ଜାବ ସରକାରଙ୍କୁ ରିପୋର୍ଟ ମାଗିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ଘଟଣା ଉପରେ କେନ୍ଦ୍ର ସରକାର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ । ବିଶେଷ ସୂତ୍ରରୁ ଜଣାପଡ଼ିଛି ଏନେଇ ରାଜ୍ୟ ସରକାର ତଦନ୍ତ ଚଳାଉଛନ୍ତି । ଏହା ସହିତ ଜଡ଼ିତ ଅଧିକାରୀଙ୍କୁ ଦିଲ୍ଲୀ ଡକାଯାଇପାରେ ଏବଂ ସେମାନଙ୍କ ବିରୋଧରେ କେନ୍ଦ୍ର ପକ୍ଷରୁ ମଧ୍ୟ ତଦନ୍ତ କରାଯାଇପାରେ ।

- Advertisement -

ସରକାରଙ୍କ ପକ୍ଷରୁ କୁହାଯାଇଛି, ଗତ ବୁଧବାର ଘଟିଥିବା ଘଟଣା ଏସପିଜି ଆକ୍ଟର ଉଲ୍ଲଂଘନ ହୋଇଛି । ରାଜ୍ୟ ସରକାର ସମସ୍ତ ପ୍ରୋଟୋକଲକୁ ଅନୁସରଣ କରିବାରେ ବିଫଳ ହୋଇଛନ୍ତି । ଫଳରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏସପିଜି ଆକ୍ଟର ଧାରା-୧୪ ରାଜ୍ୟ ସରକାରଙ୍କୁ ଦାୟୀ କରିଥାଏ। ଏହି ବ୍ୟବସ୍ଥାରେ କୁହାଯାଇଛି କେନ୍ଦ୍ରର ପ୍ରତ୍ୟେକ ମନ୍ତ୍ରଣାଳୟ ଏବଂ ବିଭାଗ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ନିର୍ଦ୍ଦେଶ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ, ସ୍ଥାନୀୟ କିମ୍ବା ଅନ୍ୟାନ୍ୟ ପ୍ରାଧିକରଣ, ସେନା ସମେତ ପ୍ରତ୍ୟେକ ନାଗରିକ ପାଳନ କରିବେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories