ଭାରତର ବିଜୟ ପରେ ଛୁଟୁଛି ଶୁଭେଚ୍ଛା ସୁଅ; ଟିମ୍‌ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଏସିଆ କପ୍‌ ୨୦୨୨ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି   । ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ୫ ଓ୍ୱିକେଟରେ ହରାଇଛି । ଭାରତର ଏହି ବିଜୟ ପ​‌ରେ ସାମାଜିକ ଗଣମାଧ୍ୟମରେ ଅଭିନନ୍ଦନର ସୁଅ ଛୁଟିଛି । ଅନେକ କ୍ରିକେଟ୍ ପ୍ରେମୀ ସେଲିବ୍ରେସନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଟ୍ୱିଟକରି ନରେନ୍ଦ୍ର ମୋଦୀ ଟିମ୍‌ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଥିବା ବେଳେ ଭାରତୀୟ ଦଳ ବହୁତ ଦକ୍ଷତା ଓ ଧୈର୍ଯ୍ୟ ପ୍ରଦର୍ଶନ କରିଛି ବୋଲି କହିଛନ୍ତି। ତାହା ସହ ଏହି ବିଜୟ ପାଇଁ ସେମାନଙ୍କୁ ମୋ ତରଫରୁ ଅଭିନନ୍ଦନ କହିଛନ୍ତି ପ୍ରଧାନମନ୍ତ୍ରୀ। ଖାଲି ପ୍ରଧାନମନ୍ତ୍ରୀ ନୁହନ୍ତି ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍‌ କରି ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।  ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍‌ କରି ଲେଖିଛନ୍ତି, ଏହି ଚମତ୍କାରୀ ବିଜୟ ପାଇଁ ଭାରତୀୟ ଦଳକୁ ମୋର ଅଭିନନ୍ଦନ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଏହା ବହୁତ ଆନନ୍ଦ ଏବଂ ଗର୍ବ । ରୋମାଞ୍ଚକର ମ୍ୟାଚ୍‌ ।

ଏପରି ମ୍ୟାଚ ଦେଶକୁ ପ୍ରେରଣା ଦିଏ ବୋଲି ରାହୁଲ କହିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍‌ କରି ଟିମ୍‌ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି, ଏହା ଆଶ୍ଚର୍ଯ୍ୟଜନକ ବିଜୟ, ଟିମ୍‌ ଇଣ୍ଡିଆକୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ଏହି ବିଜୟ ପ୍ରକ୍ରିୟା ନିରବଚ୍ଛିନ୍ନ ଭାବରେ ଚାଲୁରହୁ । ‘ଜୟ ହୋ’ ବୋଲି ଶେଷରେ କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ।

 

Comments are closed.