www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ବାଂଲାଦେଶ ଗସ୍ତ; ସମଗ୍ର ବିଶ୍ଵ କରୋନାମୁକ୍ତ ହେବା ଲାଗି କାଳୀ ମନ୍ଦିରରେ କଲେ ପୂଜାର୍ଚ୍ଚନା

ଢାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତର ଶନିବାର ୨ୟ ଦିନ। ଏହି ଅବସରରେ ମୋଦୀ ଜଶୋଶ୍ଵେରୀ କାଳୀ ମନ୍ଦିରରେ ଦର୍ଶନ କରିବା ସହିତ ମା’ କାଳୀଙ୍କୁ ସୁନାରୁପା ମୁକୁଟ ଅର୍ପଣ କରିଥିଲେ। ସମଗ୍ର ବିଶ୍ଵକୁ କରୋନା ମହାମାରୀରୁ ମୁକ୍ତ ହେବା ଲାଗି ପ୍ରଧାନମନ୍ତ୍ରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ସେ ଶେଖ ମୁଜୀବ ଉର୍‌ ରହମନ ସ୍ମାରକ ପହଞ୍ଚି ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ମୋଦୀ ଓରକାଣ୍ଡି ମନ୍ଦିର ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜି ଅନେକ ବୁଝାମଣାପତ୍ର ସ୍ବାକ୍ଷର ହେବାର ସମ୍ଭାବନା ରହିଛି।

- Advertisement -

ପ୍ରଧାନମନ୍ତ୍ରୀ ଶେଖ ମୁଜୀବ ଉର୍‌ ରହମନ ସ୍ମାରକରେ ମହାନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସେଠାରେ ଥିବା ଭିଜିଟର ବୁକ୍‌ରେ ବାର୍ତ୍ତା ଉଲ୍ଲେଖ କରିଥିଲେ। ଏଥିରେ ମୋଦୀ କିଛି ବାର୍ତ୍ତା ଲେଖି ନିଜର ଦସ୍ତଖତ କରିଥିଲେ। ସେଠାରେ ଚାରାରୋପଣ ମଧ୍ୟ କରିଥିଲେ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶର ପ୍ରସିଦ୍ଧ ଜଶୋଶ୍ଵେରୀ କାଳୀ ମନ୍ଦିରରେ ଦର୍ଶନ କରି ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମା’ କାଳୀଙ୍କୁ ସୁନା ଏବଂ ରୁପାରେ ନିର୍ମିତ ମୁକୁଟ ଅର୍ପଣ କରିଥିଲେ। ଜଣେ ପାରମ୍ପରିକ କଳାକାଳ ଏହି ମୁକୁଟ ତିଆରି କରିଥିଲେ। ମନ୍ଦିରରେ ପୂଜାର୍ଚ୍ଚନା ସମୟରେ ପ୍ରଧାନମନ୍ତ୍ରୀ କରୋନା ଭୂତାଣୁର ନିପାତ ଲାଗି ମା’ଙ୍କୁ ପ୍ରାର୍ଥନା କରିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories