www.samajalive.in
Wednesday, December 10, 2025
14.1 C
Bhubaneswar

ସୋମନାଥରେ ଆଜି ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୋମନାଥରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ । ଉଦଘାଟିତ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ସୋମନାଥ ପ୍ରୋମେନାଡ, ସୋମନାଥ ପ୍ରଦର୍ଶନୀ କେନ୍ଦ୍ର ଏବଂ ପୁରୁଣା (ଜୁନା) ସୋମନାଥର ପୁନଃ ର୍ନିମାଣ ମନ୍ଦିର ପରିସର ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପାର୍ବତୀ ମନ୍ଦିରର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ।

ମୋଟ ୪୭ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ପ୍ରସାଦ (ତୀର୍ଥଯାତ୍ରା ପୁନଃ ନବୀକରଣ ଏବଂ ଆଧ୍ୟାତ୍ମିକ, ଐତିହ୍ୟ ବର୍ଦ୍ଧିତ କାର୍ଯ୍ୟକ୍ରମ) ଯୋଜନା ଅଧୀନରେ ସୋମନାଥ ପ୍ରୋମେନେଡ୍ ବିକଶିତ କରାଯାଇଛି ।  “ପର୍ଯ୍ୟଟକ ସୁବିଧା କେନ୍ଦ୍ର” ପରିସରରେ ବିକଶିତ ହୋଇଥିବା ସୋମନାଥ ପ୍ରଦର୍ଶନୀ କେନ୍ଦ୍ରରେ ପୁରୁଣା ସୋମନାଥ ମନ୍ଦିରର ଭଗ୍ନ ଅଂଶର ପ୍ରଦର୍ଶନୀ ଏବଂ ପୁରାତନ ସୋମନାଥଙ୍କ ନାଗର ଶୈଳୀ ମନ୍ଦିର ସ୍ଥାପତ୍ୟ ଥିବା ଏହାର ମୂର୍ତ୍ତିଗୁଡ଼ିକ ପ୍ରଦର୍ଶିତ ହୋଇଛି । ପୁରାତନ (ଜୁନା) ସୋମନାଥର ପୁନଃ ର୍ନିମାଣ ମନ୍ଦିର ପରିସର ଶ୍ରୀ ସୋମନାଥ ଟ୍ରଷ୍ଟ ଦ୍ୱାରା ସମୁଦାୟ ୩.୫ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ଏହି ମନ୍ଦିରକୁ ଅହିଲ୍ୟାବାଈ ମନ୍ଦିର ବୋଲି ମଧ୍ୟ କୁହାଯାଏ କାରଣ ଏହା ଇନ୍ଦୋରର ରାଣୀ ଅହିଲବାଈଙ୍କ ଦ୍ୱାରା ର୍ନିମିତ ହୋଇଥିଲା ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ପୁରାତନ ମନ୍ଦିରଟି ଧ୍ୱଂସ ହୋଇଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ତଥା ବର୍ଦ୍ଧିତ କ୍ଷମତା ସହିତ ସମଗ୍ର ପୁରାତନ ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ରୂପେ ପୁନଃ ର୍ନିମାଣ କରାଯାଇଛି ।

- Advertisement -

ମୋଟ୍‍ ୩୦ କୋଟି ଟଙ୍କା ବ୍ୟୟରେ ପାର୍ବତୀ ମନ୍ଦିର ର୍ନିମାଣ ହେବାକୁ ପ୍ରସ୍ତାବ ଦିଆଯାଇଛି । ଏଥିରେ ସୋମପୁରା ସାଲାଟସ୍ ଶୈଳୀରେ ମନ୍ଦିର ର୍ନିମାଣ ସହିତ ଗର୍ଭଗୃହ ଏବଂ ନାଟମଣ୍ଡପର ବିକାଶ ଅନ୍ତର୍ଭୁକ୍ତ ହେବ । ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଏବଂ ଗୁଜୁରାଟର ଉପ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories