www.samajalive.in
Sunday, December 14, 2025
19.1 C
Bhubaneswar

ସାମାଜିକ ଗଣମାଧ୍ୟମରୁ ବିଦାୟ ନେବେ ପ୍ରଧାନମନ୍ତ୍ରୀ ମୋଦୀ !

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିିକ ଗଣମାଧ୍ୟମରୁ ବିଦାୟ ନେଇ ପାରନ୍ତି। ଏନେଇ ମୋଦୀ ସୋମବାର ତାଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆସନ୍ତା ରବିବାର ମୋର ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଆଦି ସାମାଜିକ ଗଣମାଧ୍ୟମ ଆକାଉଣ୍ଟରୁ ବିଶ୍ରାମ ନେବାକୁ ଚିନ୍ତା କରୁଛି। ଆପଣମାନେ ପୋଷ୍ଟ କରୁଥାନ୍ତୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହିଭଳି ଟ୍ବିଟ୍ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ମୋଦୀଙ୍କର ଟ୍ବିଟରରେ ୫ କୋଟି ୩୩ ଲକ୍ଷ ଅନୁଗାମୀ ଏବଂ ଫେସବୁକରେ ୪ କୋଟି ୪୫ ଲକ୍ଷ ଅନୁଗାମୀ ଅଛନ୍ତି। ଏହା ସହିତ ଇନଷ୍ଟାଗ୍ରାମରେ ତାଙ୍କର ଅନୁଗାମୀ ସଂଖ୍ୟା ୩ କୋଟି ୫୨ଲକ୍ଷ ଅଟେ।

- Advertisement -

ଏହା ଉପରେ ବିଜେପି ଆଇଟି ସେଲ୍ ନେତା ଅମିତ ମାଲଭିଆ କହିଛନ୍ତି ଯେ, ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ କଥା ପାଳନ କରିବେ। ତେଣୁ ରବିବାର ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବା ଉଚିତ୍। ୟୁଟ୍ୟୁବରେ ୪୫ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସବସ୍କ୍ରାଇବ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦେଶ ତଥା ବିଦେଶର ପ୍ରଶଂସକମାନେ ତାଙ୍କ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇ ପ୍ରଧାନମନ୍ତ୍ରୀଙ୍କୁ ତାହା ନକରିବାକୁ ନିବେଦନ କରୁଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories