www.samajalive.in
Saturday, December 6, 2025
26.1 C
Bhubaneswar

ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଇତିହାସ ରଚିଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସରେ ଇତିହାସ ରଚିବା ପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଭାରତୀୟ ଦଳ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦୀ କ୍ରୀଡ଼ାବିତ୍‌ମାନଙ୍କ ସହ ଥଟ୍ଟା ମଜା କରୁଥିବା ଦେଖିବାକୁ ମିଳିଛି। ଇତିହାସ ରଚିଥିବା ପାରାଆଥ୍‌ଲେଟ୍ ଏବଂ ସେମାନଙ୍କ କୋଚ୍‌ମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ।

ପ୍ୟାରିସ୍ ପାରାଲିମ୍ପିକ୍ସରେ ୨୯ଟି ପଦକ ଜିତି ରେକର୍ଡ଼ ସୃଷ୍ଟି କରିବା ପରେ ମଙ୍ଗଳବାର ସ୍ଵଦେଶ ଫେରିଛନ୍ତି ଭାରତୀୟ କ୍ରୀଡ଼ାବିତ୍। ପ୍ୟାରିସ୍ ପାରାଲିମ୍ପିକ୍ସରେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଏବଂ ୧୩ଟି କାଂସ୍ୟ ସମେତ ମୋଟ୍‌ ୨୯ଟି ପଦକ ଜିତିଛି ଭାରତ। ଟୋକିଓ ପାରାଲିମ୍ପିକ୍ସର ରେକର୍ଡ ଭାଙ୍ଗିଛି ଭାରତ। ଟୋକିଓରେ ଭାରତ ୧୯ଟି ପଦକ ଜିତିଥିଲା ​​ଏବଂ ପଦକ ତାଲିକାରେ ୨୪ତମ ସ୍ଥାନରେ ରହିଥିବାବେଳେ ପ୍ୟାରିସରେ ଭାରତ ୧୮ତମ ସ୍ଥାନ ହାସଲ କରିଛି।

- Advertisement -


ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ଭାରତୀୟ ପାରାଲିମ୍ପିକ୍ସ ସମିତିର ଅଧ୍ୟକ୍ଷ ଦେବେନ୍ଦ୍ର ଝାଝାରିଆ ମଧ୍ୟ ଉପସ୍ଥିତ ଥିଲେ। ଜୁଡୋରେ ପାରାଲିମ୍ପିକ୍ ପଦକ ଜିତି ଇତିହାସ ରଚିଥିବା କପିଲ ପରମାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ମୋମେଣ୍ଟୋ ଉପହାର ଦେଇଛନ୍ତି। ଏହାପରେ ମୋଦୀ କପିଲଙ୍କୁ ଅଟୋଗ୍ରାଫ ମଧ୍ୟ ଦେଇଛନ୍ତି। ସେହିପରି ଅବନି ଲେଖରା ପ୍ରଧାନମନ୍ତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ଗ୍ଲଭ୍‌ସ ଏବଂ ଏକ ଜର୍ସି ଉପହାର ଦେଇଥିଲେ, ଯେଉଁଥିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ସମର୍ଥନ ପାଇଁ ଧନ୍ୟବାଦ ଲେଖାଯାଇଥିଲା। ପ୍ରଧାନମନ୍ତ୍ରୀ ମଧ୍ୟ ଅବନିଙ୍କ ମୁଣ୍ଡରେ ହାତ ରଖି ତାଙ୍କୁ ଆଶୀର୍ବାଦ ଦେଇଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories