www.samajalive.in
Thursday, December 11, 2025
15.1 C
Bhubaneswar

‘ଆସାମ ମାଲା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶର ପ୍ରତି ରାଜ୍ୟରେ ଗୋଟିଏ ଲେଖାଏଁ ମେଡିକାଲ୍‍ କଲେଜ ସ୍ଥାପନ କରିବାକୁ ସେ ସ୍ୱପ୍ନ ଦେଖନ୍ତି। ଆଜି ଆସାମର ସୋନିତପୁର ଜିଲ୍ଲାର ଢେକିଆଜୁଲିଠାରେ ଦୁଇଟି ମେଡ଼ିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ସହ ରାଜ୍ୟ ରାଜପଥ ଏବଂ ବୃହତ୍‍ ଜିଲ୍ଲା ସଡ଼କ କାର୍ଯ୍ୟକ୍ରମ “ଆସାମ ମାଲା”ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ମୋଦୀ ଏହା କହିଛନ୍ତି। ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆସାମରେ ଏହି ଦୁଇଟି ବୃହତ୍‍ ମେଡ଼ିକାଲ କଲେଜ ସ୍ଥାପନ ହେବା ପରେ ବର୍ଷକୁ ୧ହଜାର ୬୦୦ ଏମ୍‍ବିବିଏସ୍‍ ଡାକ୍ତର ସୃଷ୍ଟି ହେବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସାମରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ହେଲେ ଗରିବ ଲୋକମାନଙ୍କର ସ୍ୱାସ୍ଥ୍ୟ ଦିଗରେ ଖର୍ଚ୍ଚ ହେଉଥିବା ହଜାର ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିବ ଏବଂ ସେମାନେ ଦୂରଦୂରାନ୍ତକୁ ନଯାଇ ନିଜ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ। ଆସାମ ଲୋକମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ସମେତ ଅନ୍ୟାନ୍ୟ ଯୋଜନାରେ ସୁଫଳ ମିଳୁଥିବା ଶ୍ରୀ ମୋଦୀ କହିଛନ୍ତି।

- Advertisement -

ଅନ୍ୟପକ୍ଷରେ ଗରିବ ଲୋକଙ୍କ ସମେତ ସାଧାରଣ ଲୋକମାନଙ୍କୁ ମଧ୍ୟ ଅଳ୍ପ କିସ୍ତିରେ ସ୍ୱାସ୍ଥ୍ୟବୀମାର ସୁବିଧା ମିଳିପାରିଛି। ଏହାବ୍ୟତୀତ ଆସାମର କୋଣଅନୁକୋଣରେ ସ୍ୱାସ୍ଥ୍ୟ ଏବଂ ଏ ସମ୍ପର୍କିତ ସେବା ଉପଲବ୍ଧ ହେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଆସାମ ମାଲା ଯୋଜନା, ଜାତୀୟ ରାଜପଥ ଏବଂ ଗ୍ରାମୀଣ ସଡ଼କଗୁଡ଼ିକୁ ପରସ୍ପର ସହ ଯୋଡ଼ିବା ଲାଗି ଉନ୍ନତ ସଂଯୋଗ ବ୍ୟବସ୍ଥା ଯୋଗାଇଦେବ। ଆଜି ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଦୁଇଟି ମେଡ଼ିକାଲ କଲେଜ ହସ୍ପିଟାଲ ପାଇଁ ୧୧ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୫ଶହ ଶଯ୍ୟା ବିଶିଷ୍ଟ ପ୍ରତ୍ୟେକ ହସ୍ପିଟାଲରେ ୧୦୦ଟି ଲେଖାଏଁ ଏମ୍‍.ବି.ବିଏସ୍‍ ସିଟ୍‍ ରହିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories