www.samajalive.in
Wednesday, December 10, 2025
26.1 C
Bhubaneswar

ଦୁର୍ଘଟଣାରେ ମୃତ ଭଦ୍ରକ ଜିଲ୍ଲା ଛାତ୍ରଙ୍କ ମୃତଦେହକୁ ତାଙ୍କ ବାସସ୍ଥାନକୁ ପଠାଇ ମହାନତା ଦେଖାଇଲେ ନବରଙ୍ଗପୁର ଜିଲ୍ଲାପାଳ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପ୍ରଧାନୀ ଗୁଡା ନିକଟରେ ଏନଏଚ ରାସ୍ତା ବୁଲାଣି ନିକଟରେ ଗତ କାଲି ରାତ୍ର ସମୟରେ ବାଇକ ଦୁର୍ଘଟଣା ଘଟି ଜଣେ ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ରଜଣକ ଘର ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡିଛି। ଘଟଣା ଘଟିବା ପରେ ନବରଙ୍ଗପୁର ଜିଲ୍ଲାପାଳ ଆଜି ତାଙ୍କ ତତ୍ୱାବଧାନରେ ଉକ୍ତ ମୃତଦେହକୁ ବ୍ୟବଛେଦ କରାଇବା ସହ ସମସ୍ତ ଖର୍ଚ୍ଚ ବହନ କରି ଶବ ବାହକ ଗାଡ଼ିରେ ଭଦ୍ରକ ଜିଲ୍ଲାକୁ ପଠାଇବା ବ୍ୟବସ୍ଥା କରି ମାନବିକତା ଦେଖାଇଛନ୍ତି।

ସୂଚନା ମୁତାବକ, ପାପଡାହାଣ୍ଡି ବ୍ଲକର ପ୍ରଧାନୀ ଗୁଡାଠାରେ ଥିବା ଇଟା ଫାକ୍ଟ୍ରିର ମାଲିକ ସୁରେନ୍ଦ୍ର ନାଥ ପାଢ଼ୀଙ୍କ ପୁତୁରା ଏବଂ ଭଦ୍ରକ ଜିଲ୍ଲା କାନ୍ତି, ସରସଦା ଗ୍ରାମର ଶରତ ଚନ୍ଦ୍ର ଜେନାଙ୍କ ପୁଅ ଅନ୍ତର୍ୟ୍ୟାମୀ ଜେନା ଦୁଇଜଣ ବେଙ୍ଗଲୁର ଏକ କମ୍ପାନୀରେ କାମ କରୁଥିଲେ। ଲକଡାଉନ ଯୋଗୁଁ ଉଭୟେ ନିଜ ନିଜ ଗ୍ରାମକୁ ଚାଲି ଆସିଥିଲେ। ତେଣୁ କାମ ପାଇଁ ଅନ୍ତର୍ୟ୍ୟାମୀ ପାପଡାହାଣ୍ଡିରେ ଥିବା ସାଙ୍ଗ ପାଖକୁ ଆସି ଏଠାରେ ରହି ଉଭୟେ ଇଟା ଭାଟି ତଦାରଖ କାର୍ୟ୍ୟ କରୁଥିଲେ। ଗତ କାଲି ସନ୍ଧ୍ୟା ୭.୩୦ ମିନିଟ ସମୟରେ ଅନ୍ତର୍ୟ୍ୟାମୀ ବାଇକ ଧରି ପ୍ରଧାନିଗୁଡାରୁ ତୁମ୍ଭରଲା ଗ୍ରାମ ପଟେ ଯାଇ ଫେରିବାରେ ବିଳମ୍ବ ହେବାରୁ ରାତ୍ର ୮ ଘଣ୍ଟା ସମୟରୁ ଫୋନ ଲଗାଇଲେ ବି ଫୋନ ରିଙ୍ଗ ହେଉଥିଲା କିନ୍ତୁ କେହି ଉଠାଉ ନଥିଲେ। ସନ୍ଦେହ ହେବାରୁ ଖୋଜାଖୋଜି କରିବା ପରେ ଝିଟିକୁଗୁଡା ଗ୍ରାମର କିଛି ଲୋକ ରାସ୍ତା କଡରେ ଫୋନ ରିଙ୍ଗ ଶବ୍ଦ ଶୁଣି ରାସ୍ତା କଡରେ ଦେଖିବା ବେଳକୁ ଅନ୍ତର୍ୟ୍ୟାମୀ ରକ୍ତାକ୍ତ ଅବସ୍ଥାରେ ପଡି ରହିଛି ଏବଂ ବାଇକଟି ବିଲ ଭିତରେ ପଡ଼ିରହିଛି। ଫୋନ ଯୋଗେ ଖବର ଦେବାପରେ ରାତ୍ର ୯.୩୦ ସମୟରେ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ମେଡିକାଲକୁ ଆଣିବା ବାଟରେ ତାର ମୃତ୍ୟୁ ହୋଇଯାଇଥିଲା।

- Advertisement -

ଡାକ୍ତରଙ୍କ କହିବା ଅନୁଯାଇ, ଅଧିକ ରକ୍ତସ୍ରାବ ଏବଂ ଥଣ୍ଡା ଯୋଗୁଁ ମୃତ୍ୟୁ ହୋଇଥିବା କହିଛନ୍ତି। ଖବର ପାଇବା ପରେ ପାପଡାହାଣ୍ଡି ଏସଡିପିଓ ଏବଂ ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ବାଇକକୁ ଥାନାକୁ ଆଣି ତଦନ୍ତ କରୁଛି। ପ୍ରକୃତରେ କୌଣସି ଅଜଣା ଗାଡି ଧକା ଦେଇଛି ନା ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି ସେ ଦିଗରେ ତଦନ୍ତ କରୁଛି ପୋଲିସ। ଏପଟେ ବାପ ଛେଉଣ୍ଡ ଇଞ୍ଜିନିଅର ଛାତ୍ର ଅନ୍ତର୍ୟ୍ୟାମୀକୁ ହରାଇ ତାଙ୍କ ବିଧବା ମା ଓ ଭଉଣୀ ଦୁଃଖରେ ଭାଙ୍ଗି ପଢ଼ିଛନ୍ତି। ଆଜି ସନ୍ଧ୍ୟାରେ ଶବ ବ୍ୟବଛେଦ ପରେ ତାଙ୍କ ଗ୍ରାମରୁ ଆସିଥିବା ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଶବ ବାହକ ଗାଦିରେ ତାଙ୍କ ଗ୍ରାମକୁ ନିଆଯାଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ମହାନତା ପାଇଁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories