www.samajalive.in
Wednesday, December 10, 2025
26.1 C
Bhubaneswar

ମନ ମୋହୁଛି ଜନଜାତି ଜୀବନର ବିରଳ ଫଟୋଚିତ୍ର

ଭୁବନେଶ୍ୱର: ରାଜଧାନୀର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଜନଜାତି ଜୀବନର ମହାକୁମ୍ଭ ଆଦିବାସୀ ମେଳା ଆଜି ତ୍ରୟୋଦଶ ଦିବସରେ ପହଞ୍ଚିଥିବାବେଳେ ରବିବାର ଛୁଟି ଥିବାରୁ ମେଳା ପରିସର ଲୋକାରଣ୍ୟ ହୋଇ ଉଠିଥିଲା। ପୂର୍ବାହ୍ନ ୧୧ଟାରୁ ଆଦିବାସୀ ପଡ଼ିଆର ଚାରିପଟୁ ଆଗ୍ରହୀ ଦର୍ଶକଙ୍କ ଲମ୍ବାଧାଡ଼ି ଛୁଟିଥିଲା ଏବଂ ପଞ୍ଜୀକରଣ ପରେ ବିଭିନ୍ନ ଷ୍ଟଲ ବୁଲି ନିଜ ନିଜର ମନ ମୁତାବକ ଘରକରଣା ସାମଗ୍ରୀ କ୍ରୟ କରିବାକୁ ଭିଡ଼ ଜମିଥିଲା। ଏଥର ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଆଦିବାସୀ ଜନଜୀବନ ଉପରେ ଆଧାରିତ ଏକ ବିରଳ ଫଟୋଚିତ୍ରର ମଣ୍ଡପ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଖୋଲାଯାଇଥିବା ଏହି ସୁଦୃଶ୍ୟ ମଣ୍ଡପରେ ରାଜ୍ୟର ୬୨ଟି ଆଦିବାସୀ ବର୍ଗର ସାମାଜିକ ଚଳଣୀ, ସାଂସ୍କୃତିକ ଜୀବନ, ପୋଷାକ ପରିଧାନ ଓ ଅଳଙ୍କାର ଆଦିର ଯେଉଁ ମନଲୋଭା ଫଟୋଚିତ୍ର ସ୍ଥାନିତ ହୋଇଛି, ତାହା ଦର୍ଶକମାନଙ୍କୁ କିଛି ମୁହୂର୍ତ ପାଇଁ ବାନ୍ଧି ରଖି ପାରୁଛି।

- Advertisement -

ବିଶେଷ କରି ବଣ୍ଡା, ଗଦବା, ଦୁରୁଆ, କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସଉରା ଆଦି ବର୍ଗର ଆଦିବାସୀ ନାରୀ ମାନେ ସେମାନଙ୍କର ପାରମ୍ପରିକ ପୋଷାକ ଓ ଗହଣା ଆଦି ପିନ୍ଧି ହାତକୁ ହାତ କାନ୍ଧକୁ କାନ୍ଧ ମିଳାଇ ପାରମ୍ପରିକ ନୃତ୍ୟଗୀତରେ ନିମଗ୍ନ ଥିବାର ଯେଉଁ ସବୁ ଫଟୋଚିତ୍ର ସ୍ଥାନ ପାଇଛି, ତାହାକୁ ସଂସ୍କୃତି ଓ ପରମ୍ପରାର ଏକ ଯୁଗଳବନ୍ଦୀ କହିଲେ ଭୁଲ୍ ହେବ ନାହିଁ। ନୃତ୍ୟ ବିଭୋର ଜନଜାତିର ସଂସ୍କୃତି ପ୍ରାଣତାର ସ୍ପଷ୍ଟ ଚିତ୍ର ଏଥିରେ ପ୍ରତିଫଳିତ ହେଉଛି। ଆମ ରାଜ୍ୟର ଜନଜାତି ଆଜି ଦାରିଦ୍ର୍ୟ ଓ ଅନଗ୍ରସରତାର ଅମା ଅନ୍ଧକାର ମଧ୍ୟରୁ ବାହାରି ସଭ୍ୟତା ଓ ବିକାଶ ଆଡକୁ ଯେପରି ଦ୍ରୁତ ଅଗ୍ରସର ହେଉଛନ୍ତି, ତାହାର କେତେକ ସୁଦୃଶ୍ୟ ଫଟୋଚିତ୍ର ‘ଜୀବନ ସ୍ରୋତରେ ଆମ ଜନଜାତି’ ଶୀର୍ଷକ ବିଭାଗରେ ଦେଖିବାକୁ ମିଳୁଛି। ସେହିପରି ‘ବିମଣ୍ଡିତ ବିବିଧତା’ ଶୀର୍ଷକ ବିଭାଗରେ ଭିନ୍ନ ଭିନ୍ନ ବର୍ଗର ଜନଜାତିଙ୍କ ଦୈନନ୍ଦିନ ଜୀବନ ଶୈଳୀ ଓ ସାଂସ୍କୃତିକ ପରମ୍ପରାର କେତେକ ଝଲକ୍ ପ୍ରତିଫଳିତ ହୋଇଛି। ରାଜ୍ୟର ଜନଜାତି ବର୍ଗର ପିଲାମାନଙ୍କୁ ଶିକ୍ଷାର ଆଲୋକ ପ୍ରଦାନ କରିବାକୁ ସରକାର ସଂକଳ୍ପବଦ୍ଧ ପ୍ରୟାସ ଜାରି ରଖିଛନ୍ତି। ଆଦିବାସୀ ପିଲାମାନେ କିପରି ବହୁ ସଂଖ୍ୟାରେ ବିଦ୍ୟାଳୟ ପରିସରକୁ ଆସି ଅତି ଆଗ୍ରହର ସହିତ ପାଠପଢ଼ାରେ ସାମିଲ ହୋଇଛନ୍ତି, ତାହାର କେତେକ ଚିତ୍ର ମଣ୍ଡପରେ ସ୍ଥାନିତ ହୋଇଛି।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତୀତରେ ଆଦିବାସୀ ମେଳାକୁ ଆସିଥିବା ବେଳେ ଆଦିବାସୀ ଶିଶୁ ଓ ମହିଳାଙ୍କ ସହିତ କଟାଇଥିବା ବିଶେଷ ମୁହୂର୍ତର ଫଟୋ ଖୁବ୍ ଚିତାକର୍ଷକ ହୋଇଛି। ଜାତିର ଜନକ ମହାତ୍ମା ଗାନ୍ଧୀ ଦଳିତ ଓ ଆଦିବାସୀ ବର୍ଗର ସାମାଜିକ ଓ ଅର୍ଥନୈତିକ ବିକାଶକୁ ଜୀବନର ମୂଳମନ୍ତ୍ର ରୂପେ ଗ୍ରହଣ କରିନେଇଥିଲେ। ତେଣୁ ମଣ୍ଡପର ପ୍ରବେଶ ଦ୍ୱାର ନିକଟରେ ତାଙ୍କର ବଡ଼ ଚିତ୍ର ଶୋଭା ପାଉଛି। ଜଣେ ଗରିବ ଲୋକର କୁଡ଼ିଆ ଭିତରେ ଥିବା ଗାନ୍ଧୀଜୀଙ୍କ ଚିତ୍ରର ଠିକ୍ ତଳେ ଲେଖାଯାଇଛି ତାଙ୍କର ସେହି ଅମର ବାଣୀ- ‘ଅନୁସୂଚିତ ଜାତି ଓ ଜନଜାତି ମାନଙ୍କର ସାମଗ୍ରିକ ବିକାଶ ମୋ’ର ଅନ୍ୟ ଏକ ସଂକଳ୍ପ,’ ଯାହା ଦର୍ଶକମାନଙ୍କୁ ବେଶ୍ ପ୍ରଭାବିତ କରୁଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories