www.samajalive.in
Sunday, December 14, 2025
26.1 C
Bhubaneswar

ପିଏମ୍ କିଷାନ କେୱାଇସି ଅପ୍‌ଡେଟ ଅବଧି ୬ ମାସ ବଢ଼ିଲା

ଭୁବନେଶ୍ବର: ପିଏମ୍ କିଷାନ ଯୋଜନାରୁ ବାଦ୍ ପଡିଥିବା ଚାଷୀଙ୍କ ପାଇଁ ଖୁସି ଖବର ଘୋଷଣା କରିଛନ୍ତି ରାଜ୍ୟ ସରକାର। ଚାଷୀଙ୍କୁ ଏଣିକି କେୱାଇସି ଅପ୍‌ଡେଟ ପାଇଁ ଅତିରିକ୍ତ ୬ ମାସ ସମୟ ମିଳିବ। ସେପ୍ଟେମ୍ବର ୮ରୁ ଆରମ୍ଭ କରି ୬ ମାସ ମଧ୍ୟରେ ଚାଷୀ ନିଜ କେୱାଇସି ଅପ୍‌ଡେଟ କରିପାରିବେ। କୌଣସି ଚାଷୀ ଯେପରି ପିଏମ୍‌ କିଶାନରୁ ବାଦ୍ ନପଡନ୍ତି ସେଥିପାଇଁ ସରକାର ଏକ ସ୍ବତନ୍ତ୍ର ପଦକ୍ଷେପ ଆରମ୍ଭ କରିଛନ୍ତି। ଥରେ କେୱାଇସି ଅପ୍‌ଡେଟ କରିବା ପରେ ସିଏମ୍ କିଷାନ ହିତାଧିକାରୀ ପିଏମ୍ କିଷାନ ଯୋଜନାର ଲାଭ ପାଇପାରିବେ।  ରିପୋର୍ଟ ଅନୁସାରେ ୫୧.୫୪ ଲକ୍ଷ ଚାଷୀ ସିଏମ୍ କିଷାନ ଯୋଜନାରେ ସାମିଲ ଥିବାବେଳେ ପିଏମ୍ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ଅଛନ୍ତି। ଚଳିତବର୍ଷ ୬ ଲକ୍ଷ ଚାଷୀ ପିଏମ୍ କିଷାନରେ ଯୋଡିହୋଇଛନ୍ତି। ଏହି ଅପ୍‌ଡେଟ ପରେ ଚାଷୀମାନେ ସିଧାସଳଖ କେନ୍ଦ୍ରୀୟ ଯୋଜନାର ସୁବିଧା ପାଇପାରିବେ ବୋଲି ବିଭାଗ ସୂଚନା ଦେଇଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories