www.samajalive.in
Saturday, December 13, 2025
21.1 C
Bhubaneswar

ଆସିଲା ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ଖର୍ଚ୍ଚ

ବଲାଙ୍ଗିର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଲୋକସଭା ନିର୍ବାଚନରେ ଦୁଇଟି ଆସନ ଭଦୋଦରା ଓ ବାରଣାସୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ନିୟମ ମୁତାବକ ଭଦୋଦରା ଆସନରୁ ଇସ୍ତଫା ଦେଇ ବାରଣାସୀର ସଦସ୍ୟ ପଦକୁ ବଜାୟ ରଖିଛନ୍ତି। ଭଦୋଦରା ଆସନରେ ନିର୍ବାଚନ ପାଇଁ ଖର୍ଚ୍ଚ କରାଯାଇଥିବା ତାଲିକା ଓ ନିର୍ବାଚନ ପାଇଁ ସେ ବ୍ୟବହାର କରିଥିବା ବ୍ୟାଙ୍କ ଆକାଉଣ୍ଟ ମଧ୍ୟରେ ତାଳମେଳ ନାହିଁ ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧୀକାର କର୍ମି ହେମନ୍ତ ପଣ୍ଡା ସୂଚନା ଦେଇଛନ୍ତି। ଗୁଜରାଟର ଭଦୋଦରା ଜିଲାପାଳଙ୍କ କାର୍ଯ୍ୟାଳୟ ନିର୍ବାଚନ ଶାଖା ପଣ୍ଡାଙ୍କୁ ଲୋକସଭା ନିର୍ବାଚନରେ ମୋଦି ଦାଖଲ କରିଥିବା ଖର୍ଚ୍ଚର ବିବରଣୀ ଓ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିୟ ତଥ୍ୟ ପ୍ରଦାନ କରିଛନ୍ତି। ମୋଦିଙ୍କ ନାମରେ ଖୋଲାଯାଇଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟ ନଂ ୨୦୪୦୧୦୩୧୦୦୦୦୫୦୦ ର ତଥ୍ୟରୁ ଜଣାପଡିଛି ଯେ, ଭାରତୀୟ ଜନତା ପାର୍ଟି ଶ୍ରୀ ମୋଦିଙ୍କୁ ୪୭ ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରିଛି। ଆକାଉଣ୍ଟ ଖୋଲିବା ପାଇଁ ୪ ଅପ୍ରେଲ ୨୦୧୪ ମସିହାରେ ୧ ହଜାର ଟଙ୍କା ଜମା କରାଯାଇଥିବା ବେଳେ ୩ ଅପ୍ରେଲ ୨୦୧୪ ରୁ ୧୩ ଜୁନ ୨୦୧୪ ମସିହା ପର୍ଯ୍ୟନ୍ତ ଆକାଉଣ୍ଟରେ ହୋଇଥିବା ଆୟବ୍ୟୟର ବିବରଣୀ ସୂଚନା କର୍ମି ପଣ୍ଡାଙ୍କୁ ପ୍ରଦାନ କରାଯାଇଛି। ସମୂଦାୟ ୪୭ଲକ୍ଷ ୫୧ହଜାର ୩୦ଟଙ୍କା ଜମା ହୋଇଥିବାବେଳେ ଖର୍ଚ୍ଚ କରାଯାଇଛି ୩୩ ଲକ୍ଷ ୪ ହଜାର ୬୧୧ ଟଙ୍କା। କିନ୍ତୁ ଦାଖଲ କରାଯାଇଥିବା ସଂକ୍ଷେପ ବିବରଣୀରେ ଭାରତୀୟ ଜନତା ପାର୍ଟି ୩୮ ଲକ୍ଷ ୨୯ ହଜାର ୯୯୩ ଟଙ୍କା ପ୍ରଦାନ କରିଥିବା ଦର୍ଶାଯାଇଛି। ଏହା ସହ ଅନ୍ୟ ବ୍ୟକ୍ତି ବିଶେଷ, ସଂସ୍ଥା ଓ ସଂଗଠନ ୧୧ଲକ୍ଷ ଟଙ୍କା ଦାନ କିମ୍ବା ରୂଣ ସୂତ୍ରରେ ଏହିପରି ସମୂଦାୟ ୫୦ ଲକ୍ଷ ୩ହଜାର ଟଙ୍କା ପ୍ରଦାନ କରିଥିବା ଉଲ୍ଲେଖ କରାଯାଇଛି। ବିବରଣୀରେ ବ୍ୟାଙ୍କ ଆକାଉଣ୍ଟ ରେ ଆର୍ଟିଜିଏସ୍‍ ରେ ଜମା ହୋଇଛି ୪୭ ଲକ୍ଷ ୫୦ହଜାର ଟଙ୍କା ଓ ୧୧ ଲକ୍ଷ ୭୩ହଜାର ୬୦୫ଟଙ୍କା ଅନ୍ୟ ସୂତ୍ରରୁ ମିଳିଥିବା ସ୍ପଷ୍ଟ ଉଲ୍ଲେଖ ରହିଛି। ଏହା ସମୁଦାୟ ୫୯ ଲକ୍ଷ ୨୩ ହଜାର ୬୦୫ ଟଙ୍କା। ନିର୍ବାଚନ ରେ ଖର୍ଚ୍ଚ ହେଉଥିବା ଓ ଗ୍ରହଣ କରୁଥିବା ଅର୍ଥ ବ୍ୟାଙ୍କ ଆକାଉଣ୍ଟ ଜରିଆରେ କରାଯିବାର ନିୟମ ରହିଥିଲେ ମଧ୍ୟ ଆକାଉଣ୍ଟ ରେ ଏ ସମସ୍ତ ବିଷୟ ସ୍ଥାନ ପାଇ ନାହିଁ ବୋଲି ସୂଚନା କର୍ମି ପଣ୍ଡା ପ୍ରକାଶ କରିଛନ୍ତି। ନିର୍ବାଚନ ଖର୍ଚ୍ଚରେ ସ୍ୱଚ୍ଛତା ନିର୍ବାଚନ ସଂସ୍କାରର ଏକ ଅଂଶ ବିଶେଷ ହୋଇଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ଖର୍ଚ୍ଚରେ ଦୃଷ୍ଟାନ୍ତମୂଳକ ସ୍ୱଚ୍ଛତା ରକ୍ଷା କରିବା ଦେଶ ବାସୀ ଆଶା କରୁଥିବା ବେଳେ ଶ୍ରୀ ମୋଦିଙ୍କ କ୍ଷେତ୍ରରେ ଏହା କରାଯାଇନାହିଁ ବୋଲି ଶ୍ରୀ ପଣ୍ଡା ଅଭିଯୋଗ କହିଛନ୍ତି। ଏ ନେଇ ନିର୍ବାଚନ ଆୟୋଗଙ୍କୁ ମାମଲାକୁ ଗମ୍ଭୀର ଭାବେ ଗ୍ରହଣ କରି ଏ ନେଇ ଜବାବ ତଲବ କରାଯାଉ ବୋଲି ଦାବି କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories