www.samajalive.in
Tuesday, December 9, 2025
26.1 C
Bhubaneswar

ଆଜି ପ୍ରଧାନମନ୍ତ୍ରୀଙ୍କ ୬ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

ନୂଆଦିଲ୍ଲୀ : କରୋନାର ୩ୟ ତରଙ୍ଗ ଆଶଙ୍କାର ପୂର୍ବରୁ କେନ୍ଦ୍ର ସରକାର ଲଗାତାର ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ବାରମ୍ବାର ଆବଶ୍ୟକ ଅନୁଯାୟୀ ସମୀକ୍ଷା ବୈଠକ ମଧ୍ୟ କରୁଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ୩ୟ ତରଙ୍ଗ ନେଇ ଆଲୋଚନା କରିଛନ୍ତି। ୬ ରାଜ୍ୟ ମଧ୍ୟରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ଓଡିଶା ଓ ମହାରାଷ୍ଟ୍ର। ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ରାଜ୍ୟରେ କରୋନାର ବୃଦ୍ଧି ପାଉଥିବା ମଧ୍ୟ ଦେଖାଯାଉଛି। ଅଧିକ ସମୟ ଯାଏଁ କରୋନା ରହୁଥିବାରୁ ଏହାର ଭାରିଆଣ୍ଟ ବିପଦ ସୃଷ୍ଟି କରୁଛି। ତେଣୁ ଆମକୁ ଅଧିକରୁ ଅଧିକ ସତର୍କ ରହିବା ଆବଶ୍ୟକ। ୩ୟ ତରଙ୍ଗର ଆଶଙ୍କା ନେଇ ସମସ୍ତ କଟକଣା ଓ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ଥିତି ନିୟନ୍ତ୍ରଣରେ ନ ରହିଲେ ଆଗକୁ ବେକାବୁ ହେବ। ଏହାସହ ସମସ୍ତ ରାଜ୍ୟ ସରକାରଙ୍କୁ ଏହି ସଙ୍କଟ ସମୟରେ ପରସ୍ପର ଠାରୁ ଆବଶ୍ୟକ ଅନୁଯାୟୀ ଶିକ୍ଷା କରିବା ଆବଶ୍ୟକ। ଏହାସହ ଗତ ସପ୍ତାହରେ ପୂର୍ବତ୍ତେର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସହ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଧ୍ୟାନ ଦେବାକୁ କହିଥିଲେ। ଫଳରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବାକୁ ସଫଳତା ମିଳିଥିଲା।
ମୋଦୀ କହିଛନ୍ତି , ପୂର୍ବ ଏକ ସପ୍ତାହ ନିକଟରେ ୮୦% ସଂକ୍ରମିତ ଏହି ରାଜ୍ୟରୁ ଦେଖାଯାଉଛି। ମହାରାଷ୍ଟ୍ର, କେରଳରେ ବୃଦ୍ଧି ପାଉଥିବା ଘଟଣା ଚିନ୍ତାଜନକ। କାରଣ ଏହା ୨ୟ ତରଙ୍ଗର ପୂର୍ବ ଘଟଣା ଭଳି। ତେଣୁ ପୁଣି, ଚିକିତ୍ସା, ଟିକା, ନମୁନା ପରୀକ୍ଷା ପ୍ରତି ଅଧିକ ରୁ ଅଧିକ ଧ୍ୟାନ ଦେବାକୁ ପଡିବ। ଯେଉଁଠାରେ ସଂକ୍ରମଣ ଅଧିକ ସେଠାରେ ଟିକାକରଣ ଅଧିକ ରୁ ଅଧିକ କରିବାକୁ ଧ୍ୟାନ ଦେବାକୁ ପଡିବ। ସମସ୍ତ ରାଜ୍ୟରେ ଆଇସିୟୁ ଶଯ୍ୟା,ନମୁନା ପରୀକ୍ଷା କ୍ଷମତା ବୃଦ୍ଧି କରିବା ନିତ୍ୟାନ୍ତ ଆବଶ୍ୟକ। କେନ୍ଦ୍ର ୨୩ ହଜାର କୋଟି ଫଣ୍ଡ୍‍ ପ୍ରଦାନ କରିଛନ୍ତି।
ଭିଡିଓ କନଫରେନ୍ସିଂଙ୍ଗ ଜରିଆରେ ହେଉଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି, ଶିଶୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିବା ଆବଶ୍ୟକ। ଗତ ୨ ସପ୍ତାହରେ ୟୁରୋପରେ କରୋନା ବୃଦ୍ଧି ପାଉଥିବା ଦେଖାଯାଉଛି। ଆମେରିକାରେ ମଧ୍ୟ ବୃଦ୍ଧି ପାଉଥିବା ଦେଖାଯାଉଛି। ଏହା ଆମ ପାଇଁ ମଧ୍ୟ ଚେତାବନୀ ବୋଲି ମୋଦୀ କହିଛନ୍ତି। ସର୍ବସାଧାରଣ ସ୍ଥାନରେ ଭିଡ ହେଉଥିବାକୁ ନଜରରେ ରଖି ଏପରି ନକରିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।

 

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories