www.samajalive.in
Friday, December 5, 2025
26.1 C
Bhubaneswar

ଧୋତି, କୂର୍ତ୍ତା ପିନ୍ଧି ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ନୂଅଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ଭୂମି ପୂଜନ ପାଇଁ ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି। ଆଜିର ଏହି ଐତିହାସିକ ଦିନରେ ପ୍ରଧାନମନ୍ତ୍ରୀ ନିଜକୁ ପାରମ୍ପରିକ ବେଶରେ ସଜାଇଛନ୍ତି। ବିଶେଷକରି ପ୍ରଧାନମନ୍ତ୍ରୀ ଯେତେବେଳେ କୌଣସି ଧାର୍ମିକ ସ୍ଥଳକୁ ଯାଆନ୍ତି, ସେତେବେଳେ ତାଙ୍କ ପୋଷାକ ପରିଧାନ ଅନ୍ୟ ଦିନଗୁଡ଼ିକଠାରୁ ସ୍ବତନ୍ତ୍ର ରହିଥାଏ। ଆଜି ମଧ୍ୟ ମୋଦୀଙ୍କ ବସ୍ତ୍ର ପରିଧାନ ସ୍ବତନ୍ତ୍ର ଏବଂ ଭିନ୍ନ ରହିଛି। ଭଗବାନ ଶ୍ରୀରାମଙ୍କ ପୂଜା ଉତ୍ସବରେ ଯୋଗଦେବା ଲାଗି ସେ ଧୋତି ଓ କୁର୍ତ୍ତା ପିନ୍ଧିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ଦେଶବିଦେଶର ଅନେକ ଧାର୍ମିକ ସ୍ଥଳକୁ ଯାଇଛନ୍ତି। ସେ ଯେତେବେଳେ ମନ୍ଦିରକୁ ଦର୍ଶନ ପାଇଁ ଯାଆନ୍ତି, ସେତେବେଳେ ପାରମ୍ପରିକ ପରିଧାନକୁ ବିଶେଷ ଭାବରେ ଗୁରୁତ୍ଵ ଦେଇଥାନ୍ତି। ଏହା ସହିତ ତାଙ୍କ ପୋଷାକରେ ସ୍ଥାନୀୟ ସଂସ୍କୃର ଛାପ ମଧ୍ୟ ଦେଖିବାକୁ ମିଳିଥାଏ।

- Advertisement -

ପୂର୍ବରୁ ଦକ୍ଷିଣ ଭାରତରେ ମନ୍ଦିରକୁ ଦର୍ଶନ କରିବାକୁ ଯିବା ସମୟରେ ମୋଦୀ ଧୋତି ପିନ୍ଧିଥିବା ନଜର ଆସିଥିଲେ। ଗତବର୍ଷ ଜାନୁୟାରୀ ୧୫ରେ ପ୍ରଧାନମନ୍ତ୍ରୀ କେରଳର ଶ୍ରୀ ପଦ୍ମନାଭସ୍ବାମୀ ମନ୍ଦିର ଯାଇଥିଲେ। ଏହି ସମୟରେ ସେ ସେଠାକାର ପାରମ୍ପରିକ ଅଙ୍ଗବସ୍ତ୍ର ପରିଧାନ କରିଥିଲେ। ଏହା ପୂର୍ବରୁ ୨୦୧୭ରେ ପ୍ରଧାନମନ୍ତ୍ରୀ ୧୦ମ ସିଖ୍‌ ଗୁରୁ, ଗୁରୁ ଗୋବିନ୍ଦ ସିଂହଙ୍କ ୩୫୦ ବର୍ଷ ପ୍ରକାଶ ପର୍ବର ଉଦ୍‌ଯାପନୀ ସମାରୋହରେ ସାମିଲ ହେବା ଲାଗି ପଟନାସାହିବ ଯାଇଥିଲେ। ସେହି ସମୟରେ ସେ କୁର୍ତ୍ତା ପାଜାମା ସହିତ ମୁଣ୍ଡରେ ପଗଡ଼ି ବାନ୍ଧିଥିଲେ।

ସେହିପରି ୨୦୧୯ କୁମ୍ଭମେଳାକୁ ଯାଇଥିବା ସମୟରେ ମୋଦୀ ଗେରୁଆ ରଙ୍ଗର କୁର୍ତ୍ତା ଏବଂ ଚୁଡ଼ିଦାର ପାଜାମ ପିନ୍ଧିଥିଲେ। ଏହି ସମୟରେ ସେ ଗଙ୍ଗାସ୍ନାନ ବି କରିଥିଲେ। ପ୍ରଧାନମନ୍ତ୍ରୀ ଗତ ବର୍ଷ କେଦାରନାଥ ଧାମ୍‌ ଯାଇଥିଲେ। ସେତେବେଳେ ମୋଦୀ ଧୂସର ରଙ୍ଗର ଜୋବା ପିନ୍ଧିବା ସହିତ ଅଣ୍ଟାରେ କେଶର ରଙ୍ଗର ପଟ୍ଟି ବାନ୍ଧିଥିଲେ। ଏହା ସହିତ ମୁଣ୍ଡରେ ହିମାଚଳୀ ଟୋପି ପିନ୍ଧିଥିଲେ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories