www.samajalive.in
Monday, December 15, 2025
26.1 C
Bhubaneswar

ପୁଲିସ୍ ହାତରେ ୨୦ ଚୋରି ବାଇକ୍, ୬ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ୍ ହାତରେ ଧରାପଡିଛି ଏକ ବାଇକ୍ ଚୋରି ରାକେଟ୍। ଏହି ରାକେଟର ୬ ସଦସ୍ୟଙ୍କୁ ଗିରଫ କରିବା ସହ ୨୦ଟି ବାଇକ୍ ଜବତ କରିଛି। ସୂଚନା ଅନୁଯାୟୀ ବୁଧବାର ଫିରିଙ୍ଗିଆ ଥାନାଧିକାରୀ ପି ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ତ୍ବରେ ପୁଲିସ ମାଶ୍ରିପଡା ଛକ ଠାରେ ମୋଟର ଯାନ ଯାଞ୍ଚ କରୁଥିଲେ। ଏହି ସମୟରେ ବନ୍ଧଗଡ ଚଢେଇପଲି ଗ୍ରାମର ସନ୍ତୋଷ କୁମାର ମାଝୀ ନାମକ ଜଣେ ଯୁବକ ଏକ ନମ୍ବର ବିହିନ ହିରୋ ଗ୍ଲାମର ବାଇକରେ ଆସୁଥିବା ବେଳେ ପୁଲିସ୍ ହାତରେ ଧରାପଡିଥିଲେ। ସେ କାଗଜପତ୍ର ଦେଖାଇ ନପାରିବାରୁ ପୁଲିସର ସନ୍ଦେହ ହୋଇଥିଲା। ତାଙ୍କୁ ଜେରା କରିବାରେ ପୁଲିସ୍‌କୁ ଏକ ରାକେଟ୍ ଚାଲିଥିବା ସୂଚନା ମିଳିଥିଲା। ସେହି ସୂଚନାକୁ ଆଧାର କରି ପୁଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଏବଂ ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଧରିବା ସହ ମୋଟ ୨୦ଟି ଚୋରା ବାଇକ୍ ଜବତ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସନ୍ତୋଷ କୁମାର ମାଝୀ(୩୦), ଲିଟୁ ଦିଗାଲ(୨୧), ଅନନ୍ତ ଦେହୁରୀ(୨୮), ଅଙ୍ଗୁର ଦିଗାଲ(୩୪), ବିଳାସ କହଁର(୨୬), ଅଭିମନ୍ୟୁ କହଁର(୨୦)। ଅଭିଯୁକ୍ତମାନଙ୍କ ନାମରେ ଫିରିଙ୍ଗିଆ ଥାନାରେ ୮୦/୨୦୨୦ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ସୂଚନା ଦେଇଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories