www.samajalive.in
Saturday, December 6, 2025
19.1 C
Bhubaneswar

୨ବର୍ଷ ଝିଅର ହାଡ଼ ଯୋଡ଼ିବା ପାଇଁ ହେଲାଣି ୨୮ଥର ପ୍ଲାଷ୍ଟର

ଫୁଲବାଣୀ:ଯେଉଁ ବୟସରଙ୍କ ଶିଶୁ କନ୍ୟାଟି ହସିଖେଳିବା କଥା ସେହି ବୟସରେ ଶିଶୁକନ୍ୟା ଦେହର ବିଭିନ୍ନ ସ୍ଥାନରେ ପଡ଼ିଛି ୨୮ ଥର ପ୍ଲାଷ୍ଟର ପଡ଼ିଛି। ଚିନ୍ତା ବଢାଇଛି ସେହି କୁନି ଝିଅ। କୁନି ଝିଅକୁ ଧରିବାବେଳେ ତା’ର ଦେହର ହାଡ଼ ଭାଙ୍ଗିଯାଉଛି। ଚିକିତ୍ସା ମହଙ୍ଗା ହେବାରୁ ସେମାନେ ଏବେ ନିଜେ ଘରୋଇ ଉପଚାର କରୁଛନ୍ତି ଏବଂ ଭାଙ୍ଗିଥିବା ହାଡ଼କୁ ଯୋଡ଼ିବାରେ ଲାଗିଛନ୍ତି। ଏହିଭଳି ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ଡାହୁ ଗ୍ରାମର ଉତ୍ସବ ପ୍ରଧାନଙ୍କ ସାନଝିଅ ସାନୁଲିକାଙ୍କ କ୍ଷେତ୍ରରେ। ଘରୋଇ ଭାବେ ଯୋଡ଼ିବା ପ୍ରକ୍ରିୟାକୁ ସେମାନେ ସ୍ଥାନୀୟ ଭାଷାରେ ‘ପାଟୁ’ ବୋଲି କହୁଛନ୍ତି। ୨ବର୍ଷ ଝିଅର ୨୮ଥର ‘ପାଟୁ’ କରିବା ସେମାନଙ୍କ ପାଇଁ କଷ୍ଟଦାୟକ ହୋଇଛି। ‘ପାଟୁ’ ସମୟରେ କଅଁଳ ଝିଅର ହୃଦୟବିଦାରକ ଯନ୍ତ୍ରଣା ତା’ର ବାପାମା’ଙ୍କ ପକ୍ଷେ ଅସହ୍ୟ ହୋଇ ପଡୁଛି। ତେଣୁ ଝିଅର ଚିକିତ୍ସା ପାଇଁ ସରକାରୀ ସହାୟତା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।
ସୂଚନା ମୁତାବକ ଡାହୁ ଗ୍ରାମର ଉତ୍ସବ ପ୍ରଧାନ ଏବଂ ରଚନା ପ୍ରଧାନଙ୍କ ସାନ ଝିଅ ଗତ ୨୦୧୮ ମସିହା ମାର୍ଚ୍ଚ ମାସ ୨ତାରିଖରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମ ଗ୍ରହଣ କରିଥିଲେ। ତେବେ ଝିଅ ଜନ୍ମ ହେବାର ୧୩ଦିନ ପରେ ଝିଅଟିକୁ ଧରିବା ମାତ୍ରେ ଝିଅଟିର ଶରୀରର ହାଡ଼ ଭାଙ୍ଗି ଯାଇଥିଲା। ଅତି ଯତ୍ନରେ ଝିଅକୁ ଧରିବା ସତ୍ତ୍ବେ ପରବର୍ତ୍ତି ସମୟରେ ଗୋଟିଏ ପରେ ଗୋଟିଏ ହାଡ଼ ଭାଙ୍ଗିଯାଉଛି। ଫଳରେ ବର୍ତ୍ତମାନ ଶିଶୁକନ୍ୟାଟିର ଦେହ, ହାତ ଓ ଗୋଡ଼ରେ ହାଡ଼ ଯୋଡ଼ିବା ପାଇଁ ୨୮ଥର ପ୍ଲାଷ୍ଟର ତଥା ‘ପାଟୁ’ ପଡ଼ିଲାଣି।
ଝିଅଟିର ଏହିଭଳି ଅବସ୍ଥା ଦେଖି ବାପା ଓ ମା ଗତ ଜାନୁୟାରୀ ମାସରେ ଝିଅକୁ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟକୁ ଚିକିତ୍ସା ପାଇଁ ଆଣିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ନିଜ ଝିଅର ସମସ୍ୟା ସର୍ମ୍ପକରେ ଡାକ୍ତରଙ୍କୁ ଜଣାଇଥିଲେ। ଝିଅଟିର ଏକ୍ସ-ରେ ରିପୋର୍ଟ ଆସିବା ପରେ ଡାକ୍ତରଜଣକ କୁନିଝିଅଟିର ଶରୀରର ଅନେକ ହାଡ଼ ଭାଙ୍ଗିଯାଇଥିବା ଜାଣିବାକୁ ପାଇଥିଲେ। ଝିଅଟିକୁ ସେଠାରେ ୭ଦିନ ପାଇଁ ରଖି ଚିକିତ୍ସା କରିଥିଲେ। ୭ଦିନର ଚିକିତ୍ସାପରେ ଶିଶୁକନ୍ୟାଟିର ଅଧିକା ଚିକିତ୍ସାପାଇଁ ସେଠାରୁ କଟକ ଶିଶୁ ଭବନକୁ ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ବାପା’ମାଙ୍କ ପାଖରେ ଶିଶୁ ଭବନ ଯିବା ପାଇଁ ଅର୍ଥାଭାବ ଥିବାରୁ କୁନିଝିଅକୁ ନିଜ ଘରକୁ ନେଇ ଫେରିଆସିଥିଲେ। ଘରକୁ ଫେରିବା ପରେଗ୍ରାମରେ ଘରୋଇ ଚିକିତ୍ସା ଦ୍ୱାରା ଝିଅର ଦେହ, ହାତ ଓ ଗୋଡ଼ରେ ବର୍ତ୍ତମାନ ସୁଦ୍ଧା ୨୮ଥର ପ୍ଲାଷ୍ଟର ତଥା ‘ପାଟୁ’ ପକାଯାଇଛି।

- Advertisement -

ପରିବାର ଲୋକଙ୍କ ପାଖରେ ଅର୍ଥର ଅଭାବ ରହିଥିବାରୁ ଶିଶୁକନ୍ୟାଟିର ଚିକିତ୍ସା କରିପାରୁନଥିବା ବେଳେ ଶିଶୁକନ୍ୟାଟିର ଅବସ୍ଥା ଦିନକୁଦିନ ବିଗିଡ଼ିବାକୁ ଲାଗିଛି। ତେଣୁ ପରିବାର ଲୋକେ ଝିଅର ଚିକିତ୍ସାପାଇଁ ଅବଶ୍ୟକ ଅର୍ଥ ବନ୍ଦୋବସ୍ତ କରିପାରୁନଥିବାରୁ ସରକାରଙ୍କ ତରଫରୁ ଚିକିତ୍ସାପାଇଁ ସହାୟତା ଯୋଗାଇଦେବାକୁ ପରିବାର ଲୋକ ଗୁହାରୀକରିଛନ୍ତି।ଅପରପକ୍ଷରେ ଉତ୍ସବ ପ୍ରଧାନ ଏବଂ ରଚନା ପ୍ରଧାନଙ୍କ ବଡ଼ ପୁଅ ସୁସ୍ଥ ଅଛି ବୋଲି ସେ କହିଛନ୍ତି। ଡାହୁ ଗ୍ରାମର ଗ୍ରାମବାସୀ ମାନେ ମଧ୍ୟ ଜିଲ୍ଲାପ୍ରଶାସନ କୁନିଝିଅଟିର ଚିକିତ୍ସା କରାଇବା ପାଇଁ ସରକାରୀ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories