www.samajalive.in
Saturday, December 6, 2025
26.1 C
Bhubaneswar

ଦାଦନ ଖଟିବାକୁ ଯାଇ ଆଖିବୁଜିଲେ ରୋଜଗାରିଆ ପୁଅ, ସ୍ୱାମୀଙ୍କ ମୃତଦେହ ଧରି ଗାଁରେ ପଂହଚିଲେ ଅନ୍ତସତ୍ୱା ପତ୍ନୀ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ ବୁରୁବୁଡା ଗ୍ରାମର ବିଛନ୍ଦ ଡଙ୍ଗି(୨୪) ନାମକ ଯୁବକ ବାହାର ରାଜ୍ୟ ଗୁଜୁରାଟ ଦାଦନ ଖଟିବାକୁ ଯାଇ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୯ମାସ ତଳେ ବିଛନ୍ଦ ଗୁଜୁରୁଟାର ଜାମ୍ମୁନଗରରେ ଓମ ବ୍ରାସ ନାମକ ଏକ ପିତଳ କମ୍ପାନୀରେ ନିଜ ପତ୍ନୀଙ୍କ ସହ ରହି କାମ କରୁଥିଲେ। ଗତ ୪ତାରିଖ ଦିନ ବିଛନ୍ଦଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମାତ୍ର ବିଡମ୍ବନାର ବିଷୟ ସେଠାରେ ତାଙ୍କୁ ଚିକିତ୍ସା କରିବା ବଦଳରେ କରୋନା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ମାତ୍ର ରବିବାର ଦିନ ୨ଟାରେ ଡାକ୍ତରଖାନାରେ ତାଙ୍କ ମୃତ୍ୟୂ ହୋଇଥିଲା। ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ ବୁରୁବୁଡାକୁ ବିଛନ୍ଦଙ୍କ ମୃତଦେହ ମଙ୍ଗଳବାର ଅପରାହ୍ନରେ ପଂହଚିଥିଲା। ମାତ୍ର ଏତେ ଦୂରରୁ ମୃତଦେହ ଆଣିବା ପାଇଁ ଆମ୍ବୁଲାନ୍ସ ଖର୍ଚ୍ଚ ୨୫ହଜାର ଟଙ୍କା ଗରିବ ପରିବାର ଉପରେ ବୋଝ ହୋଇଥିବା ପତ୍ନୀ ଅମ୍ବିକା କହିଛନ୍ତି। ଖବରପାଇ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ଘଟଣାସ୍ଥଳରେ ପଂହଚି ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହିତ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବିଛନ୍ଦଙ୍କ ପନ୍ତ୍ରୀ ଅନ୍ତସତ୍ୱା ଥିବାବେଳେ ବିଛନ୍ଦଙ୍କ ବାପା, ମାଆ, ସାନ ଭାଇ ତାଙ୍କୁ ମୃତ୍ୟୁରେ ଭାଙ୍ଗିପଡିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories