www.samajalive.in
Sunday, December 7, 2025
15.1 C
Bhubaneswar

ଆସନ୍ତା ୨୧ ତାରିଖରୁ ଖୋଲିବ ସ୍କୁଲ: ପ୍ରଥମ ପର୍ଯ୍ୟାୟରେ ୯ମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲ ଯିବାକୁ ଅନୁମତି

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୨୧ ତାରିଖରୁ ଖୋଲିବ ସ୍କୁଲ । ଏଥିପାଇଁ କେନ୍ଦ୍ର ସରକାର ଜାରି କରିଛନ୍ତି ମାର୍ଗଦର୍ଶିକା । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୯ମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ ନିମନ୍ତେ ଆଂଶିକ ଭାବରେ ସ୍କୁଲ ଆରମ୍ଭ କରିବା ନିମନ୍ତେ ଏସଓପି ଜାରି କରିଛନ୍ତି । ଏହି ମାର୍ଗଦର୍ଶିକା ଅନୁସାରେ ଶିକ୍ଷକ, ଛାତ୍ର, ସ୍କୁଲର କର୍ମଚାରୀ ପ୍ରତ୍ୟେକ ଅନ୍ୟୂନ ୬ ଫୁଟ ଦୂରତା ବଜାୟ ରଖିବେ, ନିୟମିତ ହାତ ଧୋଇବେ, ମୁହଁରେ ମାସ୍କ ପିନ୍ଧିବେ ଓ କରୋନା ସଂକ୍ରାନ୍ତ ସମସ୍ତ ନିୟମକୁ ପାଳନ କରିବା ବାଧ୍ୟତାମୂଳକ । କେବଳ ସେତିକି ନୁହେଁ, ପିଲାମାନେ ସ୍କୁଲ ଆସିବା ନିମନ୍ତେ ଅଭିଭାବକଙ୍କ ଅନୁମତି ମଧ୍ୟ ନେବାକୁ ପଡ଼ିବ । ଏହା ସହ ଆଉ କିଛି ସର୍ତ ମଧ୍ୟ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

୧. ସ୍କୁଲରେ ପଢ଼ା ଆରମ୍ଭ ହେଲେ ମଧ୍ୟ ଅନଲାଇନ ଓ ଦୂରଶିକ୍ଷା କାର୍ଯ୍ୟକ୍ରମ ଅବ୍ୟାହତ ରହିବ।

- Advertisement -

୨.କେବଳ ୯ମରୁ ୧୨ଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ କର୍ତ୍ତୃପକ୍ଷ ଅନୁମତି ଦେବେ ।

୩. ସ୍କୁଲକୁ ଆସିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିଭାବକଙ୍କଠାରୁ ଲିଖିତ ଅନୁମତି ପତ୍ର ଆଣିବାକୁ ପଡ଼ିବ

୪.କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ର, ଶିକ୍ଷକ, କର୍ମଚାରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିବ ନାହିଁ

୫. ସ୍କୁଲ ଖୋଲିବା ପୂର୍ବରୁ ଶ୍ରେଣୀ କୋଠରୀ, ପରୀକ୍ଷାଗାର, ଶୌଚାଳୟ ଓ ପୁରା ପରିସର ଶୋଧନ ଜରୁରୀ

୬.ଯେଉଁ ସ୍କୁଲଗୁଡ଼ିକ କ୍ବାରେଣ୍ଟାଇନ ସେଣ୍ଟର ହୋଇଥିଲା, ସେଠାରେ ଅଧିକ ଭଲ ଭାବରେ ଶୋଧନ କରାଯିବ

୭. ଶିକ୍ଷଣ ନିମନ୍ତେ ୫୦% ଶିକ୍ଷକ ଓ ଅଣ ଶିକ୍ଷା କର୍ମଚାରୀଙ୍କୁ ଅନଲାଇନ ଶିକ୍ଷା ନିମନ୍ତେ ବ୍ୟବହାର କରାଯିବ

୮.ବାୟୋମେଟ୍ରିକ୍ ଉପସ୍ଥାନ ପରିବର୍ତ୍ତେ କଣ୍ଟାକ୍ଟଲେସ୍ ଉପସ୍ଥାନ ବ୍ୟବସ୍ଥା ଉପଲବ୍ଧ କରାଯିବ

୯.କୌଣସି ପରିସ୍ଥିତିରେ ଛାତ୍ର-ଶିକ୍ଷକଙ୍କ ଦୂରତା ୬ ଫୁଟରୁ କମ୍ ହେବ ନାହିଁ

୧୦. ଶ୍ରେଣୀ ବାହାରେ ଛାତ୍ର-ଶିକ୍ଷକ ସାମାଜିକ ଦୂରତା ରଖି ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହ କଥା ହେବେ

୧୧. ସ୍କୁଲରେ ଖେଳକୁଦ, ସଭାସମିତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯିବ ନାହିଁ ।

୧୨. ସ୍କୁଲରେ ଛାତ୍ରଛାତ୍ରୀ ଜିମ୍ ଯାଇପାରିବେ, ମାତ୍ର ସ୍ବିମିଂ ପୁଲ ବନ୍ଦ ରହିବ

୧୩. ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷକ, କର୍ମଚାରୀଙ୍କୁ ମାସ୍କ, ସାନିଟାଇଜର ଉପଲବ୍ଧ କରାଇବେ

୧୪. ସଫେଇ କର୍ମଚାରୀଙ୍କୁ ଥର୍ମାଲ ଗନ୍, ପେପର ଟାୱେଲ, ସାବୁନ, ସୋଡ଼ିୟମ ସଲ୍ୟୁସନ ସ୍କୁଲ କର୍ତ୍ତୃପକ୍ଷ ଦେବେ

୧୫. ସ୍କୁଲରେ ପଲ୍ସ ଅକ୍ସିମିଟର ବ୍ୟବସ୍ଥା ଅନିବାର୍ଯ୍ୟ । ଯାହା ଫଳରେ ସନ୍ଦିଗ୍ଧ ସଂକ୍ରମିତଙ୍କ ଅମ୍ଲଜାନ ଯାଞ୍ଚ ହେବ

୧୬. ସ୍କୁଲରେ ଖୋଲା ଡ଼ଷ୍ଟବିନ୍ ରହିବ ନାହିଁ । ଏହା ସହ ଏହାର ଉପଯୁକ୍ତ ପରିଚାଳନା ପ୍ରତି ଧ୍ୟାନ ଦିଆଯିବ

୧୭. ସଫେଇ କର୍ମଚାରୀଙ୍କୁ ଏଥିନିମନ୍ତେ ପୁରା ପ୍ରଶିକ୍ଷିତ କରିବା ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories