www.samajalive.in
Friday, December 12, 2025
17.1 C
Bhubaneswar

କାଲି ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ

ମାଞ୍ଚେଷ୍ଟର : ବର୍ଷା ଯୋଗୁଁ ଅତିରିକ୍ତ ଦିବସକୁ ଯାଇଛି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍‌। ବୁଧବାର ଅତିରିକ୍ତ ଦିବସରେ ଏହି ମ୍ୟାଚ୍‌ର ଫଇସଲା ହେବ। ମଙ୍ଗଳବାର ଚଳିତ କ୍ରିକେଟ ବିଶ୍ବକପ୍‌​‌ର ପ୍ରଥମ ସେମିଫାଇନାଲରେ ବର୍ଷା ବାଧକ ସାଜିଛି। ଏହି ମୁକାବିଲାରେ ଭାରତୀୟ ବୋଲର ଚମତ୍କାର ପ୍ରଦର୍ଶନ କରିବା ପରେ ନ୍ୟୁଜିଲାଣ୍ଡ ଇନିଂସର ଶେଷଆଡ଼କୁ ବର୍ଷା ହୋଇଥିଲା। ଦିନର ଶେଷ ପର୍ଯ୍ୟନ୍ତ ଏହି ବର୍ଷା ଜାରି ରହିଥିଲା। ଫଳରେ ମଙ୍ଗଳବାର ଏହି ମ୍ୟାଚ୍ ସମାପ୍ତ ହୋଇ ପାରିନାହିଁ। ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ୱିକେଟ ହରାଇ ୨୧୧ ରନ୍ ପାରିଛି। ବୁଧବାର ଏହି ସ୍ଥିତିରୁ ହିଁ ମ୍ୟାଚ୍ ଖେଳାଯିବ। କେନ୍ ୱିଲିୟମ୍‌ସନ୍ ଓ ରସ୍ ଟେଲରଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ଏହି ସ୍କୋର୍ କରିପାରିଛି। ବୁଧବାର ମଧ୍ୟ ବର୍ଷାର ଆଶଙ୍କା ରହିଛି। ମ୍ୟାଚ୍‌ର ଫଇସଲା ପାଇଁ ଭାରତକୁ ଅତିକମ୍‌ରେ ୨୦ ଓଭର ବ୍ୟାଟିଂ କରିବାକୁ ପଡ଼ିବ। ଯଦି ବୁଧବାର ମଧ୍ୟ ମ୍ୟାଚ୍‌ର ଫଇସଲା ନହୁଏ; ତେବେ ଲିଗ୍ ପର୍ଯ୍ୟାୟରେ ଅଧିକ (୧୫) ପଏଣ୍ଟ ପାଇଥିବା ଭାରତ ହିଁ ଫାଇନାଲରେ ପହଞ୍ଚିବ। ବୁଧବାର ଭାରତୀୟ ସମୟ ଅପରାହ୍‌ଣ ୩ଟାରୁ ଆରମ୍ଭ ହେବାକୁ ଥିବା ଏହି ମୁକାବିଲା ୫୦ ଓଭରର ହିଁ ହେବ। ଅର୍ଥାତ୍ ଅସମ୍ପୂର୍ଣ୍ଣ ୪୭ତମ ଓଭରରେ ରସ୍ ଟେଲରଙ୍କୁ ଭୁବନେଶ୍ବର କୁମାର ବୋଲିଂକରିବେ।

ପାଗ ମେଘୁଆ ଥିଲେ ହେଁ ମ୍ୟାଚ୍‌ର ଗୁରୁତ୍ବକୁ ଦେଖି ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଇନିଂସର ପ୍ରଥମ ୨ ଓଭର ମେଡେନ୍ ଥିଲା। ୩ୟ ଓଭରରେ ନ୍ୟୁଜିଲାଣ୍ଡ ଖାତା ଖୋଲିଥିବା ବେଳେ ୪ର୍ଥ ଓଭରରେ ଭାରତ ୱିକେଟ୍‌ର ଖାତା ଖୋଲିଥିଲା। ଯଶପ୍ରୀତ୍‌ ବୁମ୍‌ରାଙ୍କ ଏକ ଆଉଟ୍‌ ସ୍ବିଙ୍ଗରଙ୍କୁ ମାର୍ଟିନ୍ ଗପ୍‌ଟିଲ (୧) ସ୍ଲିପ୍ ହାତକୁ ମାରିଥିଲେ। ପରେ ଅନ୍ୟ ଓପ୍‌ନର ହେନ୍‌ରି ନିକୋଲ୍‌ସ ଓ ଅଧିନାୟକ କେନ୍ ୱିଲିୟମ୍‌ସନ୍ ଜଗିରଖି ଖେଳିଥିଲେ। ଫଳରେ ୧୦ ଓଭର ଶେଷରେ ନ୍ୟୁଜିଲାଣ୍ଡର ସ୍କୋର୍‌ ଥିଲା ୧ ୱିକେଟରେ ୨୭ ରନ୍। ୨ୟ ୱିକେଟ ପାଇଁ ୧୫ ଓଭରରେ ୬୮ ରନ୍‌ର ଭାଗିଦାରୀ ପରେ ବାମହାତି ନିକୋଲ୍‌ସ ଆଉଟ ହୋଇଥିଲେ। ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍‌ରେ ବୋଲ୍‌ଡହେବା ପୂର୍ବରୁ ନିକୋଲ୍‌ସ ୫୧ ବଲ୍‌ରୁ ୨ଟି ଚୌକା ସହ ୨୮ ରନ୍ କରିଥିଲେ। ନିକୋଲ୍‌ସ ଆଉଟହେବା ପରେ ରନ୍‌ଗତି ଆହୁରି ଧିମେଇ ଯାଇଥିଲା ଏବଂ ୨୭ ଓଭରରେ ନ୍ୟୁଜିଲାଣ୍ଡ ୨ ୱିକେଟ ହରାଇ ମାତ୍ର ୭୯ ରନ୍ କରିଥିଲା। ୨୮ ଓଭରରୁ ୱିିଲିୟମ୍‌ସନ୍ ଓ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ରସ୍ ଟେଲର ରନ୍‌ଗତି ବଢ଼ାଇବାର ପ୍ରୟାସ କରିଥିଲେ। ତେବେ ୩୬ତମ ଓଭରରେ ୱିଲିୟମ୍‌ସନ୍ ଆଉଟ ହେବା ଯୋଗୁଁ ଏହି ଯୋଡ଼ି ଭାଙ୍ଗି ଯାଇଥିଲା। ଚଳିତ ବିଶ୍ବକପ୍‌ର ଅନ୍ୟତମ ସଫଳ ବ୍ୟାଟ୍‌ସମ୍ୟାନ୍ ୱିଲିୟମ୍‌ସନ ୯୫ ବଲ୍‌ରୁ ୬ଟି ଚୌକା ସହ ୬୭ ରନ୍ କରିଥିଲେ। ଜେମ୍‌ସ ନିସାମ୍ ୧୮ ବଲ୍‌ରୁ ୧୨ ରନ୍‌କରି ଆଉଟ ହୋଇଥିଲେ। କଲିନ୍ ଡି ଗ୍ରାଣ୍ଡହୋମ୍ ୧୦ ବଲ୍‌ରୁ ୨ଟି ଚୌକା ସହ ୧୬ ରନ୍ କରିଥିଲେ। ବର୍ଷା ଯୋଗୁଁ ଖେଳ ବନ୍ଦରହିବା ବେଳକୁ ରସ୍ ଟେଲର ୮୫ ବଲ୍‌ରୁ ୬ଟି ଚୌକା ସହ ୬୭ ଏବଂ ଟମ୍ ଲାଥାମ୍ ୩ ରନ୍‌କରି କ୍ରିଜ୍‌ରେ ରହିଛନ୍ତି। ୫ ଜଣ ଭାରତୀୟ ବୋଲର ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories