www.samajalive.in
Friday, December 12, 2025
19.1 C
Bhubaneswar

ନ୍ୟୁଜ୍‌ପ୍ରିଣ୍ଟ ଉପରୁ ଆମଦାନୀ ଶୁଳ୍କ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ଆଇଏନଏସ୍‌ର ନିବେଦନ

ଅହମଦାବାଦ : ନ୍ୟୁଜ୍‌ପ୍ରିଣ୍ଟ ଉପରେ ଧାର୍ଯ୍ୟ ୧୦% ଆମଦାନୀ ଶୁଳ୍କ ପ୍ରତ୍ୟାହାର କରିବାକୁ ଭାରତୀୟ ନ୍ୟୁଜ୍‌ପେପର ସୋସାଇଟି (ଆଇଏନଏସ୍‌) ଭାରତ ସରକାରଙ୍କୁ ନିବେଦନ କରିଛି। ଗତ ସାଧାରଣ ବଜେଟରେ ସରକାର ନ୍ୟୁଜପ୍ରିଣ୍ଟ, ଅନକୋଟେଡ ପେପର ଓ ପତ୍ରିକା ପାଇଁ ଆବଶ୍ୟକ ଲାଇଟୱେଟ କୋଟେଡ (ଏଲଡବ୍ଲ୍ୟୁସି) ପେପର ଉପରେ ୧୦% ଆମଦାନୀ ଶୁଳ୍କ ଧାର୍ଯ୍ୟ କରିଛନ୍ତି।

ଏକ ପ୍ରେସ ବିବୃତିରେ ଆଇଏନଏସ୍ କହିଛନ୍ତି ଯେ ଖବରକାଗଜ ଓ ପତ୍ରିକା ପ୍ରକାଶକମାନେ ଅନେକ ଆର୍ଥିକ ଦୁଃସ୍ଥିତି ଦେଇଗତି କରୁଛନ୍ତି। ତେଣୁ ନ୍ୟୁଜ୍‌ପ୍ରିଣ୍ଟ ଉପରେ ଆମଦାନୀ ଶୁଳ୍କ ଲାଗୁ କରାଗଲେ କ୍ଷୁଦ୍ର ଓ ମଧ୍ୟମ ଖବରକାଗଜଗୁଡିକ ଅଧିକ କ୍ଷତିର ସମ୍ମୁଖୀନ ହୋଇ ପ୍ରକାଶନ ବନ୍ଦ କରିବାକୁ ବାଧ୍ୟ ହେବେ। ଭାରତରେ ବାର୍ଷିକ ୨.୫ ନିୟୁତ ଟନ ନ୍ୟୁଜପ୍ରିଣ୍ଟ ଆବଶ୍ୟକ ହୋଇଥାଏ। ଏଥିରୁ ମାତ୍ର ୧ ନିୟୁତ ଟନ ଭାରତରେ ଉତ୍ପାଦନ ହୋଇଥାଏ। ଅନକୋଟେଡ (ଗ୍ଲେଜଡ୍‌) ଓ ଏଲଡବ୍ଲ୍ୟୁସି ପେପରରେ ଭାରତରେ ଉତ୍ପାଦନ ହୋଇ ନ ଥାଏ। ତେଣୁ ଖବରକାଗଜ ଶିଳ୍ପକୁ ବଞ୍ଚାଇବା ପାଇଁ ସରକାର ଏହି ଶୁଳ୍କ ହ୍ରାସ କରିବା ଜରୁରୀ ବୋଲି ଆଇଏନଏସ୍ କହିଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories