www.samajalive.in
Sunday, December 14, 2025
26.1 C
Bhubaneswar

ପ୍ଲାଷ୍ଟିକ ମୁକ୍ତ ଭଞ୍ଜବିହାର  ପାଇଁ ଅଣ୍ଟା ଭିଡିଲେ ବିଦ୍ୟାର୍ଥୀ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ଭଞ୍ଜବିହାରକୁ ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ ଭାବେ ପରିଗଣିତ କରିବା ପାଇଁ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ ରତ କେତେକ ବିଦ୍ୟାର୍ଥୀ ଅଣ୍ଟା ଭିଡିବା ସହ ରବିବାର କ୍ୟାମ୍ପସ ପରିସରରେ ପଡି ରହିଥିବା ପ୍ଲାଷ୍ଟିକ ସଂଗ୍ରହ କରିବା ସହ ଏ ନେଇ ସଚେତନତା ସୃଷ୍ଟି କରିଥିଲେ। ସୁଶାନ୍ତ ଜେନା, ବବୁଲ ମଲ୍ଲିକ ଏବଂ ଅନ୍ୟ ସ୍ବେଚ୍ଛାସେବୀ ମାନେ ଅଂଶ ଗ୍ରହଣ କରିଥିଲେ। ଚିରଞ୍ଜିବି , ଅଭିନ, ସାଗର, ଅଲେଖ, ସୋନାଲି, ବୈଷ୍ଣବୀ, ସତ୍ୟଙ୍କ ଏକ‌ ଟିମ୍ ଆଜି ଏୟାର ଷ୍ଟ୍ରିପ ଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପରିସରକୁ ସଫା କରିଛନ୍ତି। ସେମାନେ ପାଖା ପାଖି ୭୦ କେ.ଜି ପ୍ଲାଷ୍ଟିକ ସଂଗ୍ରହ କରି ଡଷ୍ଟବିନରେ ପକାଇଥିଲେ । କ୍ୟାମ୍ପସ ପରିସର ମଧ୍ୟରେ  ଥିବା  ଆନନ୍ଦ ବଜାରର ଦୋକନୀ ଏବଂ ଗ୍ରାହକ ମାନଙ୍କୁ ପ୍ଲାଷ୍ଟିକର କୁପ୍ରଭାବ ଏବଂ ଶରୀର ପ୍ରତି କ୍ଷତିକାରକ ବିଷୟରେ ସଚେତନତା କରାଇଥିଲେ ଓ ସମସ୍ତେ ଡଷ୍ଟ ବିନ୍ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories