ଭୁବନେଶ୍ବର ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ୍ ମନା, ୨ ଥର ବୁଲିବ ଅଳିଆ ଗାଡ଼ି
ଭୁବନେଶ୍ବର : ପାର୍ବଣ ସମୟରେ ଭୁବନେଶ୍ବର ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ୍ ଆଦୌ ବ୍ୟବହାର ହେବନି । ଏନେଇ କଟକଣା ଜାରି କରାଯାଇଛି । ସବୁ ପେଣ୍ଡାଲ ନିକଟରେ ଡଷ୍ଟବିନ୍ ରହିବ । ସମସ୍ତେ ଏଣେତେଣେ ଅଳିଆ ନପକାଇ ଡଷ୍ଟବିନରେ ହିଁ ପକାଇବେ । ଦିନକୁ ୨ ଥର ଅଳିଆ ଗାଡି ସବୁ ପେଣ୍ଡାଲ ବୁଲିବ । ଜୈବିକ ପଦ୍ଧତିରେ ପୂଜା ପେଣ୍ଡାଲ ହେବା ସହ ସୂଚନା କେନ୍ଦ୍ର ରହିବ । ଭୁବନେଶ୍ବର ମେୟର ସୁଲୋଚନା ଦାସ ଏମିତି ସୂଚନା ଦେଇଛନ୍ତି ।
Comments are closed.