www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସଫଳ ହେଉଛି: କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ଭୂତାଣୁର ଚିକିତ୍ସାରେ ପ୍ଲାଜମା ଥେରାପି ସଫଳ ହେଉଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀର ଏଲଏଲଜେପି ହସ୍ପିଟାଲରେ ୪ ରୋଗୀଙ୍କୁ ଏହି ପଦ୍ଧତିରେ ଚିକିତ୍ସା କରାଯିବା ପରେ ସେମାନଙ୍କଠାରେ ଏହା ବହୁମାତ୍ରାରେ ସଫଳ ହୋଇଥିବା କେଜ୍ରିୱାଲ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

କେଜ୍ରିୱାଲ କହିଛନ୍ତି, ଏଲଏନଜେପି ହସ୍ପିଟାଲର ୪ ଆକ୍ରାନ୍ତଙ୍କଠାରେ ଗତ ମଙ୍ଗଳବାର ପ୍ଲାଜମା ଥେରାପି ପ୍ରୟୋଗ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଫଳାଫଳ ଉତ୍ସାହଜନକ ରହିଛି। ଏଥିପାଇଁ ଅଧିକରୁ ଅଧିକ ଲୋକ ରକ୍ତଦାନ କରିବାକୁ ସେ ନିବେଦନ କରିଛନ୍ତି। ପ୍ଲାଜମା ଦାନ କରି ଆପଣମାନେ ଅନେକ ଲୋକଙ୍କ ଜୀବନ ରକ୍ଷା କରିପାରିବେ ବୋଲି କେଜ୍ରିୱାଲ ଦେଶବାସୀଙ୍କୁ କହିଛନ୍ତି।

- Advertisement -

ସେ ଆହରି କହିଛନ୍ତି, ସଙ୍କଟାପନ୍ନ ଅବସ୍ଥାରେ ଥିବା ରୋଗୀଙ୍କ ଉପରେ ଏହି ଥେରାପି ପ୍ରୟୋଗ କରିବା ଲାଗି ଆମକୁ ଗତ ୧୦ ଦିନ ତଳେ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମିଳିଥିଲା। ଯେଉଁ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଯାଉଛନ୍ତି, ସେମାନଙ୍କ ରକ୍ତରୁ ପ୍ଲାଜମା ସଂଗ୍ରହ କରି ସଂକ୍ରମିତଙ୍କୁ ଦିଆଗଲେ, ସେମାନେ ଠିକ୍‌ ହୋଇପାରିବେ। ଆମେ ଏଲଏନଜେପି ହସ୍ପିଟାଲର ୪ ସଂକ୍ରମିତଙ୍କଠାରେ ଏହି ଥେରାପି ପ୍ରୟୋଗ କରିଥିଲୁ। ଆଇଏଲବିଏସ ହସ୍ପିଟାଲର ଡାକ୍ତର ସରିନ ଏହି ଥେରାପିକୁ ମନିଟର କରିଥିଲେ।

ସାମ୍ବାଦିକ ସମ୍ମିଳନୀରେ ଡା. ସରିନ କହିଥିଲେ ଯେ, ଏହା ଏକ ପୁରୁଣା ଚିକିତ୍ସା ପଦ୍ଧତି। ଆମ ନିକଟରେ କରୋନାର କୌଣସି ଚିକିତ୍ସା ବା ଭ୍ୟାକ୍ସିନ ନ ଥିବାରୁ ଆମେ ଏହି ଥେରାପିକୁ କରୋନା ଭୂତାଣୁକୁ ନିଷ୍କ୍ରିୟ କରିବାକୁ ବ୍ୟବହାର କରିଛୁ।

ସେ ଆହୁରି କହିଥିଲେ, କରୋନାର ୩ଟି ଫେଜ୍‌ ରହିଛି। ପ୍ରଥମଟି ହେଉଛି ଭାଇରସ ଫେଜ। ଅର୍ଥାତ ଯେତେବେଳେ ଭୂତାଣୁ ଶରୀରରେ ପ୍ରବେଶ କରେ। ୨ୟ ଫେଜ ହେଉଛି ପଲମୋନାରୀ ଫେଜ, ଯେଉଁଥିରେ ଭୂତାଣୁ ଫୁସଫୁସକୁ ଆକ୍ରମଣ କରେ ଏବଂ ଶ୍ଵାସକ୍ରିୟାଜନିତ ସମସ୍ୟା ଉପୁଜେ। ୩ୟ ଫେଜରେ ସାଇଟୋକାଇନ ମୁକ୍ତ ହୁଏ, ଯାହାଦ୍ବାରା ଶରୀର ଭୂତାଣୁ ସହିତ ଲଢ଼େ ଏବଂ ତାକୁ ମାରିପାରେ। ସେ କହିଛନ୍ତି, ଯଦି ୩ୟ ଫେଜରେ ରୋଗୀ ହସ୍ପିଟାଲ ଆସେ, ତେବେ ସେତେବେଳେ ଅଙ୍ଗପ୍ରତ୍ୟଙ୍ଗ ଫେଲ୍‌ ହୋଇପାରେ। ଫଳରେ ରୋଗୀର ମୃତ୍ୟୁ ଘଟିପାରେ। ଯଦି ରୋଗୀ ୨ୟ ଫେଜରେ ହସ୍ପିଟାଲ ଆସେ, ତେବେ ସେତେବେଳେ ତା’ର ଫୁସଫୁସ ସଂକ୍ରମିତ ହୋଇଥାଏ, କିନ୍ତୁ ଅନ୍ୟସବୁ ଅଙ୍ଗପ୍ରତ୍ୟଙ୍ଗ କାମ କରୁଥାଏ। ଏହି ଷ୍ଟେଜରେ ଯଦି ଆମେ ପ୍ଲାଜମା ଥେରାପି ପ୍ରୟୋଗ କରିବା, ତେବେ ରୋଗୀ ସୁସ୍ଥ ହୋଇପାରିବେ। କାରଣ ପ୍ରଥମ ଷ୍ଟେଜରେ ରୋଗ ଜଣାପଡ଼ି ନ ଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories