www.samajalive.in
Saturday, December 6, 2025
23.1 C
Bhubaneswar

କରୋନାରୁ ସୁସ୍ଥ ପରେ ପ୍ଳାଜମା ଦେଲେ ଉଚ୍ଚପଦସ୍ଥ ଅଧିକାରୀ ଓ ୩ ଜଣ କର୍ମଚାରୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ କୋଭିଡରେ ଆକ୍ରାନ୍ତ ସୁସ୍ଥ ହେବା ପରେ ପ୍ରଥମ ଥର ପାଇଁ ଜଣେ ମହିଳା ପୁଲିସ୍ ଅଧିକାରୀ ଓ ଯୁବ ଆଇ.ପି.ଏସ୍ ଅଫିସର ପ୍ଳାଜମା ପ୍ରଦାନ କରିଥିବା ବେଳେ ଆଜି କୋଭିଡ ରୋଗୀମାନଙ୍କ ପାଇଁ ପ୍ଳାଜମା ଦାନ କରିଛନ୍ତି ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ରବିନ୍ ଚର୍ଚ୍ଚିଲ୍ ମିଶ୍ର। ଏଥି ସହିତ ଜିଲାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟକରୁଥିବା କର୍ମଚାରୀ ପ୍ରିୟବ୍ରତ ସାହୁ,ଷ୍ଟିଭେନ ଦିଗାଲ ଓ ଗଦାଧର ପ୍ରଧାନ। କଟକ ସ୍ଥିତ ଏସ୍.ସି.ବି ମେଡ଼ିକାଲରେ ପହଞ୍ଚି ଏହିମାନେ ପ୍ଲାଜମା ଦାନ କରିଥିବାରୁ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ଟ୍ୱିଟ ମାଧ୍ୟମରେ ଏହି କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହି ମହତ୍ୱପୁର୍ଣ୍ଣ ଅବଦାନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି କୋଭିଡ ଯୋଦ୍ଧାମାନେ ବିଭିନ୍ନ ଦିନରେ କରୋନାରେ ଆକ୍ରନ୍ତ ହେବାପରେ ସୁସ୍ଥ ହୋଇ ସ୍ୱତଃପ୍ରବୃତ ଭାବରେ ଯାଇ ପ୍ଳାଜମା ଦାନ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories