www.samajalive.in
Saturday, December 6, 2025
23.1 C
Bhubaneswar

ସାଙ୍ଗକୁ ମାରିବାକୁ ୩ ମାସରେ ୨୫ ଥର ଖାଇବାକୁ ଡାକିଲା, ଆଉ ୨୬ ଥରରେ….

ବୁଲନ୍ଦସହର: ନିଜ ପ୍ରିୟ ବନ୍ଧୁକୁ ମାରିବାକୁ ଜଣେ ଯୁବକ ୩ ମାସରେ ୨୫ ଥର ଖାଇବାକୁ ଡାକିଲା। ଶେଷରେ ୨୬ ଥରରେ ଖୋଇବା ପୂର୍ବରୁ ହିଁ ବନ୍ଧକୁ ହତ୍ୟା କରିବାରେ ସଫଳ ହେଲା। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ଖୁର୍ଜା ସହରରେ।

ଖୁର୍ଜାରେ ରହୁଥିବା ବିବେକ ଓରଫ ଭିକି ଓ ବୁଲନ୍ଦସହର ନିବାସୀ ଓକିଲ ଧର୍ମେନ୍ଦ୍ର ବହୁତ ଭଲ ସାଙ୍ଗ ଥିଲେ। ଉଭୟଙ୍କ ସମ୍ପର୍କ ଏତେ ନିବିଡ଼ ଥିଲା ଯେ, ଭିକି ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ଡାକୁଥିଲା। କିନ୍ତୁ ଟଙ୍କା ନେଣ ଦେଣକୁ ନେଇ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଲକଡାଉନ ସମୟରେ ଭିକି ନିଜ ବନ୍ଧୁ ଧର୍ମେନ୍ଦ୍ରଙ୍କୁ ମାରିବାକୁ ନିଷ୍ପତ୍ତି ନେଲା।

- Advertisement -

ନିଜ ମାର୍ବଲ ଗୋଦାମରେ ଧର୍ମେନ୍ଦ୍ରଙ୍କୁ ହତ୍ୟା କରିବାକୁ ସେ ଯୋଜନା କଲା। ଭିକି ଭୋଜି ନାଁରେ ଧର୍ମେନ୍ଦ୍ରକୁ ଗୋଦାମକୁ ଡାକୁଥିଲା, କିନ୍ତୁ ପ୍ରତ୍ୟେକ ଥର କେହି ନା କେହି ଆସି ଯାଉଥିବାରୁ ତା’ର ଯୋଜନା ବିଫଳ ହୋଇଯାଉଥିଲା। ପୁଲିସ ଆଗରେ ଭିକି ନିଜେ ସ୍ୱୀକାର କରିଛି ଯେ, ସେ ୩ ମାସ ମଧ୍ୟରେ ୨୫ ଥର ଭୋଜି ନାଁରେ ଧର୍ମେନ୍ଦ୍ରଙ୍କୁ ଗୋଦାମକୁ ଡାକିଥିଲା, କିନ୍ତୁ ୨୬ ଥରରେ ଖାଇବାକୁ ଦେବା ପୂର୍ବରୁ ହିଁ ତାଙ୍କୁ ହତ୍ୟା କରିଥିଲା।

ସୂଚନା ମୁତାବକ, ୩ ମାସ ମଧ୍ୟରେ ଭିକି ଧର୍ମେନ୍ଦ୍ରଙ୍କୁ ୨୫ ଥର ବୁଲନ୍ଦସହରରୁ ଖୁର୍ଜା ଖାଇବାକୁ ଡାକିଥିଲା। ଧର୍ମେନ୍ଦ୍ର ଏତେବାଟ ଏଥିପାଇଁ ଚାଲି ଆସୁଥିଲେ, କାରଣ ଖୁର୍ଜାର ପନୀର-ଆଳୁ ଖୁବ୍‍ ସ୍ୱାଦିଷ୍ଟ ଓ ପ୍ରସିଦ୍ଧ। ହେଲେ ସବୁଥର ଖାଇବାକୁ ଦେବା ପରେ ଭିକି ନିଜ ୨ ଚାକରଙ୍କ ସହ ମିଶି ଧର୍ମେନ୍ଦ୍ରଙ୍କୁ ମାରିବାକୁ ଉଦ୍ୟମ କଲା ବେଳେ କେହି ନା କେହି ଆସିଯାଆନ୍ତି। ଭିକିର କହିବାନୁସାରେ, ସାଙ୍ଗମାନଙ୍କୁ ଯେମିତି ହେଲେ ଜଣା ପଡ଼ିଯାଏ ଯେ, ମୋ ଗୋଦାମରେ ଭୋଜି ହେଉଛି।

୨୫ ଜୁଲାଇ ସନ୍ଧ୍ୟାରେ ଭିକି ପୁଣି ଥରେ ଧର୍ମେନ୍ଦ୍ରକୁ ଖାଇବାକୁ ଡାକିଲା। ଚାକରମାନେ ପ୍ରସ୍ତୁତ ଥିଲେ। ଭୋଜି ପାଇଁ ପନୀର-ଆଳୁ ମଧ୍ୟ ତିଆରି ହୋଇଥିଲା, କିନ୍ତୁ ଧର୍ମେନ୍ଦ୍ର ଆସିବା ମାତ୍ରେ ଭୋଜି ନ ଖାଇ ହିଁ ୩ ଜଣଯାକ ମିଶି ଧର୍ମେନ୍ଦ୍ରଙ୍କୁ ହତ୍ୟା କରିଥିଲେ। ପରିଚୟ ଲଚାଇବାକୁ ମୃତଦେହର ମୁହଁକୁ ଧାରୁଆ ଅସ୍ତ୍ରରେ ନଷ୍ଟ କରିଦେଇଥିଲେ। ଏହାପରେ ମୃତଦେହକୁ ଗୋଦାମରେ ଥିବା ସେଫ୍ଟି ଟ୍ୟାଙ୍କରେ ପକାଇ ଦେଇଥିଲେ।
ଅପରପକ୍ଷରେ ଧର୍ମେନ୍ଦ୍ରଙ୍କୁ ନ ପାଇବାରୁ ତାଙ୍କ ପରିବାର ଲୋକେ ବୁଲନ୍ଦସହର ଥାନାରେ ଅପହରଣ ଏତଲା ଦାୟର କରିଥିଲେ। ଏହାପରେ ପୁଲିସ ଅନୁସନ୍ଧାନରେ ଲାଗିପଡ଼ିଲା। ଭିକି ମଧ୍ୟ ପୁଲିସ ସହ ମିଶି ବନ୍ଧୁକୁ ଖୋଜିବାକୁ ଲାଗିଲା।

ଅଗଷ୍ଟ ୧ ତାରିଖରେ ପୁଲିସ ସୂଚନାଦାତାଙ୍କଠାରୁ ଜାଣିବାକୁ ପାଇଲା ଯେ, ଭିକିଙ୍କ ମାର୍ବଲ ଗୋଦାମରେ ହିଁ ଧର୍ମେନ୍ଦ୍ରଙ୍କୁ ହତ୍ୟା କରାଯାଇ ପୋତି ଦିଆଯାଇଛି। ଏହାପରେ ପୁଲିସ ଗୋଦାମରେ ଛାନ୍‍ବିନ୍‍ କରି ମୃତଦେହ ଉଦ୍ଧାର କରିଥିଲା। ପୁଲିସ ଭିକି ଓ ତା’ର ୨ ଚାକରଙ୍କୁ ଗିରଫ କରିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories