www.samajalive.in
Thursday, December 11, 2025
18.1 C
Bhubaneswar

ପିଜା ବଏକୁ କରୋନା – କ୍ବାରେଣ୍ଟାଇନ୍‌ରେ ୧୭ ସହଯୋଗୀ ଓ ୭୨ ପରିବାର

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀ​ର ମାଲବୀୟ ନଗରରେ ଜଣେ ୧୯ବର୍ଷୀୟ ପିଜା ଯୋଗାଣକାରୀ ଯୁବକଙ୍କୁ ନେଇ ଆତଙ୍କ ଖେଳିଯାଇଛି। ସମ୍ପୃକ୍ତ ଯୁବକ କରୋନା ଆକ୍ରାନ୍ତ ହୋଇଥିବାବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୭ ସହଯୋଗୀ ଓ ୭୨ ପରିବାରଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ସମ୍ପୃକ୍ତ ଯୁବକ ସ୍ଥାନୀୟ ଏକ ପିଜା ଦୋକାନର ଡେଲିଭରୀ ବୟ ଭାବେ କାମ କରନ୍ତି। ଗତ ୨୦ଦିନ ପୂର୍ବେ ତାଙ୍କଠାରେ ସଂକ୍ରମଣର ଲକ୍ଷଣ ଦେଖାଦେଇଥିଲା ବେଳେ ସେ ଚିକିତ୍ସାଧୀନ ଥିଲେ। ଗତ ରବିବାର ମଧ୍ୟ ସେ କେତେଜଣ ଗ୍ରାହକଙ୍କ ଘରେ ପିଜା ପହଞ୍ଚାଇଥିବା ପ୍ରକାଶ।

ଗତ ୧୪ ତାରିଖରେ ତାଙ୍କର ସ୍ବାବ୍‌ ପରୀକ୍ଷା ହୋଇଥିଲାବେଳେ ଗୁରୁବାର ରିପୋର୍ଟ ପଜିଟିଭ୍‌ ବାହାରିଛି। ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସଂସ୍ପର୍ଶରେ ୧୭ଜଣ ସହଯୋଗୀ ଆସିଥିବା ଜଣାପଡ଼ିବା ପରେ ସେମାନଙ୍କୁ ଛତରପୁରଠାରେ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ସେହିଭଳି ଗତ ୨୦ଦିନ ମଧ୍ୟରେ ସେ ପିଜା ପହଞ୍ଚାଇଥିବା ମାଲବ୍ୟ ନଗର, ସାବିତ୍ରୀ ନଗର ଓ ହସ୍‌ ଖସ୍‌ ଅଞ୍ଚଳର ୭୨ ପରିବାରର ସଦସ୍ୟଙ୍କୁ ନିଜ ଘରେ ମଧ୍ୟ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ସେ କାମ କରୁଥିବା ପିଜା ଦୋକାନକୁ ପ୍ରଶାସନ ଦୁଇ ସପ୍ତାହ ପାଇଁ ବନ୍ଦ କରିଦେଇଛି।

- Advertisement -

ଏହି ପିଜା ଦୋକାନ ସମ୍ପର୍କ ଥିବା ଅନ୍ୟତମ ଖାଦ୍ୟ ଯୋଗାଣକାରୀ ସଂସ୍ଥା ‘ଜମାଟୋ’ ପକ୍ଷରୁ ଏ ନେଇ ଗ୍ରାହକଙ୍କୁ ସତର୍କ କରାଇଦିଆଯାଇଥିଲେ ମଧ୍ୟ ଆକ୍ରାନ୍ତ ଯୁବକଙ୍କ ସହିତ ସଂସ୍ଥାର କିଛି ସମ୍ପର୍କ ନ ଥିବା କୁହାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories