www.samajalive.in
Saturday, December 13, 2025
14.1 C
Bhubaneswar

ପିପିଲିରେ ସ୍ୱଚ୍ଛଭାରତ ଅଭିଯାନର ୫ଶହ ଘଣ୍ଟା ପୂର୍ତ୍ତି ପାଳନ

ପିପିଲି : ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ଗତ ୨୦୧୪ ଗାନ୍ଧି ଜୟନ୍ତୀ ଠାରୁ ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ଇତିମଧ୍ୟରେ ୫ଶହ ଘଣ୍ଟା ପୂର୍ଣ୍ଣ ହୋଇଛି। ଗୋଟିଏ ଅନୁଷ୍ଠାନ ପକ୍ଷରୁ କ୍ରମାଗତ ଭାବେ ପୁରୀ ଜିଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୬୦ମାସ ମଧ୍ୟରେ ମୋଟ୍‍ ୧୮୨ଟି ସ୍ଥାନରେ ଦୀର୍ଘ ୫୦୨ ଘଣ୍ଟାର ସମୁହ ସଫେଇ କରାଯିବା ଘଟଣା ସମଗ୍ର ରାଜ୍ୟରେ ପ୍ରଥମ ଘଟଣା ଏବଂ ଏଥିପାଇଁ ପିପିଲି ସାଂସ୍କୃତିକ ପରିଷଦ ରାଜ୍ୟରେ ନୂତନ ଉଦାହରଣ ସୃଷ୍ଟି କରିପାରିଛି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ।
ପୂର୍ବାହ୍ନରେ ଶତାଧିକ ସ୍ୱେଚ୍ଛାସେବୀ ପିପିଲି ବ୍ଲକ ଓ ତହସିଲ କାର୍ଯ୍ୟାଳୟ ପରିସରରେ ସଫେଇ କରିଥିଲେ। ପରେ ପିପିଲି ସାଂସ୍କୃତିକ ପରିଷଦର ଉପ-ସଭାପତି ରମେଶ ଚନ୍ଦ୍ର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଲେଫ୍‍ନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ଅନ୍ୟତମ ଅତିଥି ଭାବେ ପିପିଲି ବିଡିଓ ଆଦିକନ୍ଦ ବେହେରା, ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରା, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକ, ସମାଜସେବୀ ସୁଦର୍ଶନ ମିଶ୍ର, ମାନବାଧିକାର କର୍ମୀ ଶ୍ରୀଅଖଣ୍ଡ ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ବିଚାରଧାରା ସମ୍ପର୍କରେ ଆଲୋକପାତ କରିବା ସହ ସାଂସ୍କୃତିକ ପରିଷଦର ଏହି ସେବା ପାଇଁ ରମେଶ ଚନ୍ଦ୍ର ମହାପାତ୍ରଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ୨୦୧୪ ମସିହା ଠାରୁ ଆଜି ପର୍ଯ୍ୟନ୍ତ ପରିଷଦ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ କରାଯାଇଥିବା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଏକ ସମ୍ପୂର୍ଣ୍ଣ ବିବରଣୀକୁ ପରିଷଦର ମୁଖ୍ୟସମ୍ପାଦକ ଶ୍ରୀମହାପାତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ସହ ଫିଟ୍‍ ଇଣ୍ଡିଆ ମୁଭ୍‍ମେଣ୍ଟ କାର୍ଯ୍ୟକ୍ରମ କରାଯିବ ବୋଲି ସେ ଘୋଷଣା କରିଥିଲେ। ଏହି ସ୍ୱଚ୍ଛ ଭାରତ ଅଭିଯାନରେ ଆସନ୍ତା ଦିନରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳରେ ଥିବା ସମସ୍ତ ନଳକୂପ ଓ ପାନୀୟ ଜଳ ପ୍ରକଳ୍ପ ଗୁଡିକରେ ସଫେଇ କରାଯିବା ସହ ଅଞ୍ଚଳବାସୀଙ୍କୁ ପରିମଳ ବାବଦରେ ଅଧିକ ସଚେତନ କରାଯିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିବା ସହ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପରିଷଦର ସୁଦର୍ଶନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ୍‍ ହେମନ୍ତ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଧାନ କରିଥିଲେ। ଶେଷରେ ପରିଷଦର ସହସଂପାଦକ ଦୀନବନ୍ଧୁ ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସଂଜୟ କୁମାର ମହାନ୍ତି, ଜଗଦିଶ ସାହୁ, ସଦାଶିବ ବାରିକ, ଲକ୍ଷ୍ମୀପ୍ରୀୟା ଜେନା, ସରସ୍ୱତୀ ଘଡେଇ, ସଞ୍ଜୁକ୍ତା ଘଡେଇ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

Related Articles

Popular Categories