ପିପିଲି: ପିପିଲି ଦେଇ ଯାଇଥିବା ଡେଲାଙ୍ଗ ଡିଷ୍ଟ୍ରିବ୍ୟୁଟାରୀ କେନାଲର ଦକ୍ଷିଣ ପାର୍ଶ୍ବ ବନ୍ଧରେ ଜଇସପାଟଣା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ୫୦ ଫୁଟରୁ ଊର୍ଦ୍ଧ୍ବ ଲମ୍ବ ଘାଇ ସୃଷ୍ଟି ହୋଇଛି। ଫଳରେ ନିକଟରେ ଥିବା ଦୁଇଟି ମାଛ ପୋଖରୀ ସମ୍ପୂର୍ଣ୍ଣ ବୁଡିଯିବାସହ ବହୁ ଚାଷ ଜମି ଜଳାର୍ଣ୍ଣବ ହୋଇଛି। ପିପିଲି ବ୍ଲକ ବାରମାଣଠାରୁ ଏହି କେନାଲ ବାହାରି ଡେଲାଙ୍ଗ ପର୍ଯ୍ୟନ୍ତ ଯାଇଛି। ପିପିଲି ଓ ଡେଲାଙ୍ଗ ବ୍ଲକର ହଜାର ହଜାର ଚାଷୀ ଏହା ଉପରେ ଚାଷ କାର୍ଯ୍ୟ ପାଇଁ ନିର୍ଭରଶୀଳ। ଚାଷୀଙ୍କର ଧାନ ରୁଆ କାର୍ଯ୍ୟ ଚାଲିଥିବାରୁ କେନାଲ ପାଣିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କାର୍ଯ୍ୟ ଚାଲିଥିବା ସୂଚନା ମିଳିଛି।
Popular Categories



