www.samajalive.in
Saturday, December 6, 2025
26.1 C
Bhubaneswar

ପାଇଖାନା ଟାଙ୍କିରୁ  ନିଖୋଜ ନାବାଳକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ଜଣେ ଅଟକ 

ପିପିଲି : ଡେଲାଙ୍ଗ ଥାନା ରତନପୁର ଗ୍ରାମର ନିଖୋଜ ୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁର ମୃତ ଦେହ ସେହି ଗ୍ରାମର ଜଣଙ୍କ ଘର ପାଇଖାନା ଟାଙ୍କିରୁ ପୁଲିସ ଉଦ୍ଧାର କରିଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖି ଡେଲାଙ୍ଗ ପୁଲିସ ତଦନ୍ତ ଜାରି ରଖିଛି।

ସନ୍ଧାନୀ କୁକୁର ଉକ୍ତ ଯୁବକର ଘରେ ପଶିବା ପରେ ପୁଲିସ ତାକୁ ଥାନାରେ ଅଟକ ରଖି ପଚାରୁଚୁରା କରିବା ପରେ ତାକୁ ଛାଡିଦେଇଥିଲା । ତେବେ ତାର ଗତିବିଧି ଉପରେ ପୁଲିସ ନଜର ରଖିଥିବା ବେଳେ ରବିବାର ରାତିରେ ତାକୁ ଟାଙ୍ଗୀ ଚାନ୍ଦପୁର ସ୍ଥିତ ଢାବାରୁ ଉଠାଇ ଆଣି ପୁନର୍ବାର ପଚାରୁଚୁରା କରିବା ପରେ ସେ ସତ ମାନିଥିଲା। ଉକ୍ତ ରତନପୁର ଗ୍ରାମରେ ଥିବା ତା ଘର ପାଇଖାନା ଟାଙ୍କିରୁ ପୁଲିସ ନିଖୋଜ ନାବାଳକର ମୃତଦେହକୁ ଉଦ୍ଧାର କରିବା ସହ ତାକୁ ଅଧିକ ପଚାରୁଚୁରା ଚଳାଇଛି।

- Advertisement -

ପୁରୀ ଡେଲାଙ୍ଗର ଗତ ୧୫ ତାରିଖ ସନ୍ଧ୍ୟାରେ ନିଜ ଘର ସାମ୍ନାରୁ ନାବାଳକ ଜଣକ ନିଖୋଜ ହୋଇଥିଲେ।  ହତ୍ୟା ସନ୍ଦେହରେ ଆଶୀର୍ବାଦର ଜଣେ ଯୁବକକୁ ପୁଲିସ ଅଟକ ରଖିଛି। ଏ ସଂକ୍ରାନ୍ତରେ ବର୍ତ୍ତମାନ ପର୍ଯ୍ୟନ୍ତ ଡେଲାଙ୍ଗ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories