www.samajalive.in
Saturday, December 6, 2025
26.1 C
Bhubaneswar

ମହିଳାଙ୍କ ପେଟରୁ ବାହାରିଲା ୧୪କେଜି ଓଜନର ଟ୍ୟୁମର

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ପଣ୍ଡାବଜାର ସ୍ଥିତ ଉଷା ମେମୋରିଆଲ କ୍ଲିନିକରେ ଅସ୍ତ୍ରୋପଚାର ବେଳେ ଜଣେ ମହିଳାଙ୍କ ପେଟରୁ ବାହାରିଛି ୧୪ କେଜି ଓଜନର ଟ୍ୟୁମର। ପେଟ ମଧ୍ୟରୁ ଏତେ ବଡ ଟ୍ୟୁମର ବାହାରିବା କ୍ୱଚିତ୍‍ ଘଟଣା ବୋଲି ଉକ୍ତ କ୍ଲିନିକ୍‍ର ମୁଖ୍ୟ ଡାକ୍ତର ରଘୁନାଥ ମିଶ୍ର ସୂଚନା ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାଇ ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ପଞ୍ଚାୟତର କୁସୁମେଶ୍ୱର ଗ୍ରାମର କୁଙ୍କୁମ ବେହେରା (୬୦)ଙ୍କ ପେଟରେ ଦୀର୍ଘଦିନ ଧରି ଯନ୍ତ୍ରଣା ହେଉଥିବା ବେଳେ ଚିକିତ୍ସା ପାଇଁ ସେ ଗତ ୨୧ ତାରିଖରେ ଉଷା ମେମୋରିଆଲ କ୍ଲିନିକରେ ଭର୍ତ୍ତି ହୋଇଥିଲେ। ସେଠାରେ ପରୀକ୍ଷା କରାଯିବା ପରେ ତାଙ୍କ ପେଟରେ ଏକ ବଡ ଟ୍ୟୁମର ଥିବା ଜଣାପଡିଥିଲା। ଗତକାଲି ତଥା ୨୩ ତାରିଖରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ପେଟରୁ ଉକ୍ତ ଟ୍ୟୁମରକୁ କଢାଯାଇଥିଲା। ଡାକ୍ତର ରଘୁନାଥ ମିଶ୍ର ଉକ୍ତ ମହିଳାଙ୍କ ଅପରେସନ କରିଥିବା ବେଳେ ତାଙ୍କୁ ଆନେସ୍ଥେସିଆ ବିଭାଗର ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦେବତା, ଆସିଷ୍ଟାଣ୍ଟ ଡାକ୍ତର ରାଜୀବ ମିଶ୍ର, ସହକାରୀ କର୍ମଚାରୀ ପ୍ରଭାସିନି ପ୍ରଧାନ ଓ ଫାର୍ମାସିଷ୍ଟ ଅନନ୍ତ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ। ଅପରେସନ ପରେ ମହିଳାଙ୍କ ପେଟରୁ ୧୪ କେଜି ଓଜନର ଏକ ବଡ ଟ୍ୟୁମର କଢାଯାଇଥିଲା। ଅପରେସନ ପରେ ମହିଳା ଜଣକ ସୁସ୍ଥ ଥିବା ସଂପର୍କରେ ଡାକ୍ତର ମିଶ୍ର ସୂଚନା ଦେଇଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories