www.samajalive.in
Monday, December 8, 2025
24.1 C
Bhubaneswar

ନୂଆ ରୂପ ପାଇବ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର, ଖର୍ଚ୍ଚ ହେବ ୩କୋଟି

ପିପିଲି: ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ନୂଆ ରୂପ ପାଇବ। ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ବାବଦରେ ଖର୍ଚ୍ଚ ହେବ ୩କୋଟି ଟଙ୍କା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି।

ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଗୁରୁବାର ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ସମ୍ମୁଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମନ୍ଦିରର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ ଓ ରୂପାନ୍ତର ପାଇଁ ଦୀର୍ଘ ବର୍ଷ ହେଲା ସ୍ଥାନୀୟ ଅଧିବାସୀଙ୍କ ଦାବି ରହିଥିଲା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥିପାଇଁ ୩କୋଟି ଟଙ୍କା ମଞ୍ଜୁର କରିଥିବା ସଂପର୍କରେ ଶ୍ରୀ ମହାରଥୀ ସୂଚନା ଦେବା ସହ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ସରୋଜ କୁମାର ରାଉତ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସୁଶାନ୍ତ କୁମାର ମଲ୍ଲିକ, ସୁଶ୍ରୀ ସଙ୍ଗିତା ବେହେରା, ସରପଞ୍ଚ ପରେଶ କୁମାର ମିଶ୍ର, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ଯୁବ ସମାଜସେବୀ ପ୍ରକାଶ କୁମାର ମିଶ୍ର, ପୂର୍ବତନ ସରପଞ୍ଚ ସୁକାନ୍ତ କୁମାର ପଣ୍ଡା, ଅଜୟ କୁମାର ମହାନ୍ତି, ପିପିଲି ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ପ୍ରକାଶ କୁମାର ଧଳ, ସାଂସଦ ପ୍ରତିନିଧି ନାରାୟଣ ସ୍ୱାଇଁ, ବିଧାୟକ ପ୍ରତିନିଧି ଆର୍ତ୍ତବନ୍ଧୁ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ଦାଣ୍ଡମୁକୁନ୍ଦପୁର ଗ୍ରାମର ଏହି ପ୍ରସିଦ୍ଧ ମନ୍ଦିରକୁ ଓଡ଼ିଶାର ଶେଷ ସ୍ୱାଧୀନ ନରପତି ମୁକୁନ୍ଦଦେବ ହରିଚନ୍ଦନ ୧୫୬୬ ଖ୍ରୀଷ୍ଟାବ୍ଦରେ ନିର୍ମାଣ ଆରମ୍ଭ କରିଥିଲେ। ମାତ୍ର ୧୫୬୮ରେ ଗୋହିରାଟିକିରି ଯୁଦ୍ଧକ୍ଷେତ୍ରରେ ତାଙ୍କର ମୃତ୍ୟୁ ପରେ ରାଣୀ ନାଟମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କରିଥିଲେ। ରାଜାଙ୍କ ମୃତ୍ୟୁ ପରେ ପୁରୁଣା ମନ୍ଦିର କାର୍ଯ୍ୟ ଅସଂପୂର୍ଣ୍ଣ ରହିଥିଲା ଓ ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସରକାରଙ୍କ ପକ୍ଷରୁ ୩କୋଟି ଟଙ୍କା ବ୍ୟୟରେ ମନ୍ଦିର ପରିସରରେ ପ୍ରସାଦ ମଣ୍ଡପ ନିର୍ମାଣ, ମନ୍ଦିର ମଧ୍ୟରେ ଥିବା ଚଟାଣର ଉନ୍ନତିକରଣ, ଦକ୍ଷିଣ ପାର୍ଶ୍ବରେ କଂକ୍ରିଟ୍‌‌ ରାସ୍ତା ନିର୍ମାଣ, ସୋଲାର ଷ୍ଟ୍ରିଟ୍‌‌ ଲାଇଟ୍‌‌ ବ୍ୟବସ୍ଥା, ଭୋଗ ଦୋକାନ ନିର୍ମାଣ, ପୋଖରୀର ଉନ୍ନତିକରଣ, ଗାଡି ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଶ୍ରାମ କକ୍ଷ ଓ ଶୌଚାଳୟ ନିର୍ମାଣ, ମନ୍ଦିରରୁ ପୋଖରୀକୁ ଯିବା ପାଇଁ ପ୍ରଶସ୍ତ ରାସ୍ତାନିର୍ମାଣ ଆଦି କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ନଭେମ୍ବର ୧୫ ତାରିଖ ସୁଦ୍ଧା ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories