www.samajalive.in
Thursday, December 11, 2025
15.1 C
Bhubaneswar

ପଦ୍ମପୁରରେ ବୁଲିଲା ଶ୍ରୀଜଗନ୍ନାଥ ଅର୍ପଣ ରଥ

ପିପିଲି: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌‌ଘାଟନ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଐତିହାସିକ କାର୍ୟ୍ୟକ୍ରମରେ ସମଗ୍ର ରାଜ୍ୟର ପ୍ରତ୍ୟେକ ଜନସାଧାରଣଙ୍କୁ ଅଂଶୀଦାର କରିବାର ଲକ୍ଷ୍ୟନେଇ ଶ୍ରୀଜଗନ୍ନାଥ ଅର୍ପଣ ରଥ ଶନିବାର ଠାରୁ ଗାଁ ରୁ ସହର ଯାଏଁ ବୁଲିବା ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ପିପିଲି ବିଡିଓ ସରୋଜ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିପିଲି ବ୍ଲକ ଅନ୍ତର୍ଗତ ତେଇସିପୁର ପଞ୍ଚାୟତ, ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ ଓ ପାଣିଦୋଳ ପଞ୍ଚାୟତରେ ଶନିବାର ଦିନ ଶ୍ରୀଜଗନ୍ନାଥ ଅର୍ପଣ ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି। ତେଇସିପୁର ସ୍ଥିତ ପ୍ରଭୁ ଶ୍ରୀସୋମନାଥ ଦେବ ବିନ୍ଧ୍ୟବାସିନୀଙ୍କ ମନ୍ଦିର ଠାରେ ବିଡିଓ ସରୋଜ କୁମାର ରାଉତ, ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସୁଶାନ୍ତ କୁମାର ମଲ୍ଲିକ, ସରପଞ୍ଚ ରଶ୍ମିତା ସେନାପତୀଙ୍କ ସମେତ ବହୁ ପୁରୁଷ ଓ ମହିଳାମାନେ ଏହି ରଥକୁ ଭବ୍ୟ ସ୍ୱାଗତ କରିବା ସହ ନଡିଆ ବାଡେଇ ଏହି ଅର୍ପଣ ରଥ ପରିକ୍ରମା କାର୍ୟ୍ୟର ଶୁଭାରମ୍ଭ କରିଥିଲେ। ପରେ ଏହି ରଥ ତେଇସିପୁର ଗ୍ରାମ ସମେତ ଆଳିଶ, ବାଲିଗାଁ, ନୂଆଗୋଡି, ଆବଲପୁର ଓ ପୋଡଙ୍ଗ ଆଦି ଗ୍ରାମ ପରିକ୍ରମା କରିଥିଲା।

ସଂକୀର୍ତ୍ତନ, ଘଣ୍ଟ, ମର୍ଦ୍ଦଳ, କାହାଳି ସାଙ୍ଗକୁ ହରିବୋଲ ଓ ହୁଳହୁଳି ଧ୍ୱନୀରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଥିଲା। ପ୍ରତ୍ୟେକ ଗ୍ରାମରେ ଏହି ରଥକୁ ଧୂପ, ଦୀପ ସହ ପୁଷ୍ପମାଳ ଦେଇ ଲୋକେ ଭରପୁର ସ୍ୱାଗତ କରିଥିବା ବେଳେ ସମଗ୍ର ଅଞ୍ଚଳରେ ଏଥିପାଇଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମର ପ୍ରତ୍ୟେକ ପରିବାର ପକ୍ଷରୁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗଳଗୁଆ ପ୍ରଦାନ କରାଯାଇଥିଲା। ପିପିଲି ବ୍ଲକରେ ମୋଟ୍‌‌ ୬ଟି ରଥ ପର୍ୟ୍ୟାୟକ୍ରମେ ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ୨୫ଟି ପଞ୍ଚାୟତ ପରିକ୍ରମା କରିବ ଓ ପ୍ରତ୍ୟେକ ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories