www.samajalive.in
Friday, December 12, 2025
26.1 C
Bhubaneswar

ଏକାଦଶ ଜାଗୃତି ମହୋତ୍ସବ ଉଦ୍‍ଘାଟିତ

ପିପିଲି : ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ପିପିଲି ବଜାର ମେଳଣ ପଡିଆ ଠାରେ ଏକାଦଶ ଜାଗୃତି ମହୋତ୍ସବ-୨୦୧୯ ଶନିବାର ସଂନ୍ଧ୍ୟାରେ ସମାରୋହରେ ଉଦ୍‍ଘାଟିତ ହୋଇଯାଇଛି।
ପବିତ୍ର ରାଷ୍ଟ୍ରୀୟ ନବବର୍ଷ ଅବସରରେ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ମହୋତ୍ସବର ଉଦ୍‍ଘାଟନୀ ଉତ୍ସବରେ ସଂଗଠନର ସଭାପତି ସମାଜସେବୀ ପ୍ରଭାତ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ପଣ୍ଡିତ ଜିତୁ ମିଶ୍ର ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ଡ଼ଃ ଧିରେନ୍ଦ୍ର ନନ୍ଦ, ପିପିଲି ଥାନା ଆଇଆଇସି ଶରତ କୁମାର ସାହୁ, ସମାଜସେବୀ ସତ୍ୟଜିତ ରାୟ ଚୌଧୁରୀ, ଡ଼ଃ ରାଜୀବ ପଣ୍ଡା, ସିନେ କଳାକାର ପାର୍ଥସାରଥୀ ରାୟ, ଇଂ ରମେଶ ଚନ୍ଦ୍ର ଶତପଥି, ସମାଜସେବୀ ବାମଦେବ ମିଶ୍ର, ସଂଗୀତ ନିର୍ଦ୍ଦେଶକ ଅଧ୍ୟାପକ ଡ଼ଃ ସଚ୍ଚିକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଭାରତୀୟ ନବବର୍ଷର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିବା ସହ ଓଡିଆ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ। ସଂଗଠନର ସଂପାଦକ ବିଭୂନି ଚନ୍ଦ୍ର ସାମନ୍ତରାୟ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ମନୋଜ ପ୍ରଧାନ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଶେଷରେ ସତିଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ‘ଜାମ୍‍ ୨୦୧୯’ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୪୩ ର‍୍ୟାଙ୍କ ରଖିଥିବା ଓ ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପିପିଲିର କୃତିଛାତ୍ର ଶଶିକାନ୍ତ ମହାପାତ୍ରଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ପଣ୍ଡିତ ଜିତୁ ଦାଶ, ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ନାଜିଆ ଆଲମ, ବମ୍ବେ ଚଳଚ୍ଚିତ୍ର ଜଗତର ଓଡିଆ କ୍ୟାମେରାମ୍ୟାନ ବିଶ୍ୱନାଥ ପଟ୍ଟନାୟକଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସଂବର୍ଦ୍ଧିତ କରାଯାଇଥିଲା। ପରେ ଓଡିଶୀ, ସମ୍ବଲପୁରୀ ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories