www.samajalive.in
Sunday, December 14, 2025
26.1 C
Bhubaneswar

ବକେୟା ଦରମା ଟଙ୍କାକୁ ନେଇ ସାତଶଙ୍ଖରେ ଅଭାବନୀୟ କାଣ୍ଡ, ମାଲିକକୁ ହାତୁଡିରେ ପିଟି ହତ୍ୟା କଲା ଶ୍ରମିକ

ପିପିଲି:ବକେୟା ଦରମା ଟଙ୍କାକୁ ନେଇ ମାଲିକକୁ ହାତୁଡିରେ ପିଟି ହତ୍ୟା କରିଛି ବୃଦ୍ଧ ଶ୍ରମିକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ବଜାର ଅଞ୍ଚଳରେ । ହତ୍ୟାକାଣ୍ଡର ଶିକାର ହୋଇଥିବା ମାଲିକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲା ଟାଙ୍ଗି ଥାନା ଅନ୍ତର୍ଗତ ଗୌଡପୁଟ ଅଞ୍ଚଳର ଦୀପକ ପାଟ୍ଟଶାଣୀ (୩୫) । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇବା ସହ ଅଭିଯୁକ୍ତ ହିରଣ୍ୟ ସାହୁ (୬୫)କୁ ପୁଲିସ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି । ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ, ଯଶୁଆପୁର ପଞ୍ଚାୟତ ଅନ୍ତର୍ଗତ ସାତଶଙ୍ଖ ବଜାର ଉପରେ ଏକ ଭଡାଘରେ କିଛିମାସ ହେଲା କାଗଜ ଥାଳି ଓ ଧୂପକାଠି ପ୍ରସ୍ତୁତ ସଂସ୍ଥା କରିଥିଲେ ଦୀପକ ପାଟ୍ଟଶାଣୀ । ସେଠାରେ ଏକାଧିକ ଶ୍ରମିକ କାର୍ଯ୍ୟ କରୁଥିଲେ । ତେବେ କରୋନାର ଦ୍ୱିତୀୟ ଲହରି ସାଙ୍ଗକୁ ତାଲାବନ୍ଦ ଯୋଗୁଁ ଅନେକ ଶ୍ରମିକ ଘରକୁ ଚାଲିଯାଇଥିଲେ । ତେବେ ଉକ୍ତ ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା କଟକ ଜିଲା ବଡମ୍ବା ନରସିଂହପୁର ଅଞ୍ଚଳର ହିରଣ୍ୟ ସାହୁ ଓ ସଂସ୍ଥାର ମାଲିକ ଦୀପକ ସେଠାରେ ପୂର୍ବପରି ଏକାଠି ଗୋଟିଏ ଘରେ ରହୁଥିଲେ । ବକେୟା ଦରମା ଟଙ୍କାକୁ କେନ୍ଦ୍ରକରି ଗତକାଲି ରାତିରେ ମାଲିକ ଦୀପକ ଓ ହିରଣ୍ୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।

 

- Advertisement -

ଆଜି ମଧ୍ୟାହ୍ନ ସମୟରେ ଦୀପକ ଉକ୍ତ ଘରେ ଶୋଇଥିବା ବେଳେ ହିରଣ୍ୟ ଏକ ହାତୁଡିରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ବାରମ୍ବାର ହାତୁଡି ଦ୍ୱାରା ଦୀପକଙ୍କ ମୁଣ୍ଡରେ ଆକ୍ରମଣ କରାଯିବା ଦ୍ୱାରା ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏ ସଂପର୍କରେ ଖବର ପାଇ ପିପିଲି ଥାନା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ସାତଶଙ୍ଖ ଫାଣ୍ଡି ଅଧିକାରୀ ବଳଦେବ ପ୍ରସାଦ ଦାସ, ଏଏସ୍‍ଆଇ ପ୍ରକାଶ କୁମାର ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରିଥିଲେ । ଦୀପକଙ୍କ ମୁଣ୍ଡରୁ ରକ୍ତସ୍ରାବ ହୋଇ ଘରର ଚଟାଣ ସାରା ଖେଳି ଯାଇଥିବା ବେଳେ ଘରର କାନ୍ଥ, କବାଟ ଆଦି ସ୍ଥାନରେ ରକ୍ତଛିଟା ଲାଗିଥିବା ପରିଲକ୍ଷିତ ହୋଇଥିଲା । ହତ୍ୟା କରିବା ପରେ ଅଭିଯୁକ୍ତ ହିରଣ୍ୟ ସେଠାରୁ ଖସି ରାସ୍ତା ଉପରେ ଚାଲି ଚାଲି ଯାଉଥିବା ବେଳେ ପୁଲିସ ତାକୁ ଗିରଫ କରିଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ ହାତୁଡିକୁ ଅଭିଯୁକ୍ତ ରାସ୍ତା କଡରେ କେଉଁଠାରେ ଫୋପାଡି ଦେଇଥିବା ବେଳେ ଉକ୍ତ ହାତୁଡିକୁ ଜବତ କରିବାକୁ ପୁଲିସ ଉଦ୍ୟମ ଚଳାଇଛି । ପୁରୀ ସାଇଣ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳରେ ପହଞ୍ôଚ ଅନୁସନ୍ଧାନ କରିବା ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ପୁଲିସ ତଦନ୍ତ ଜାରି ରଖିଛି । ଏ ସଂପର୍କରେ ଉକ୍ତ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀଙ୍କ ଅଭିଯୋଗକୁ ଆଧାର କରି ପିପିଲି ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଆଇଆଇସି ଶ୍ରୀ ପୃଷ୍ଟି ନିଜେ ମାମଲାର ତଦନ୍ତଭାର ନେଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ପୁଲିସ ଏକ ମୋବାଇଲ୍‍ ଫୋନ୍‍, ରକ୍ତଲଗା କପଡା ଆଦିକୁ ଜବତ କରିଥିବା ବେଳେ ଗିରଫ ଅଭିଯୁକ୍ତକୁ ଥାନାରେ ପଚରାଉଚୁରା ଚଳାଇଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories