www.samajalive.in
Saturday, December 6, 2025
16.1 C
Bhubaneswar

ଦାଣ୍ଡମୁକୁନ୍ଦପୁରରେ ଉତ୍କଳମଣିଙ୍କ ଜନ୍ମ ଜୟନ୍ତୀ ପାଳିତ: ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ ଦାବି

ପିପିଲି :ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷଙ୍କ ମଧ୍ୟରୁ ପୂଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସର୍ବାଗ୍ରେ ପୂଜିତ । ସେ ଥିଲେ ଏକାଧାରରେ ସମାଜସେବୀ, ସଂସ୍କାରକ, ବିଶିଷ୍ଟ ଶିକ୍ଷାବିତ୍‍, ଓକିଲ, ବ୍ୟବସ୍ଥାପକ ସଭ୍ୟ, କବିି ତଥା ସାମ୍ବାଦିକତା ଜଗତର ମଉଡମଣି । ଯେତେ ଉପାଧି ଦେଲେ ମଧ୍ୟ ତାହା ତାଙ୍କ ପାଇଁ ଯଥେଷ୍ଟ ନୁହେଁ । ସେ କେବଳ ଉତ୍କଳର ମଣି ନଥିଲେ ବାସ୍ତବରେ ସେ ଥିଲେ ବିଶ୍ୱର ମଣି । ତାଙ୍କର ପ୍ରତି କବିତାରେ ବିଶ୍ୱ ଭାବନାର ଚିତ୍ର ପ୍ରତିଫଳିତ । ତେଣୁ ବିଳମ୍ବରେ ହେଲେ ମଧ୍ୟ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯିବାକୁ ଦାବି ହୋଇଛି । ଅଗ୍ରଣୀ ନାଗରିକ ସଂଗଠନ “ଜନସ୍ୱାର୍ଥ ସୁରକ୍ଷା ସମିତି’ ପକ୍ଷରୁ ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଠାରେ ଆଜି ଅନୁଷ୍ଠିତ ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଗୋପବନ୍ଧୁ ପ୍ରେମୀମାନେ ଏହି ଦାବି କରିଛନ୍ତି ।
ଏହି ଅବସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦ୍ୱାରା ୧୯୧୯ ମସିହାରେ ପ୍ରତିଷ୍ଠିତ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରିସରରେ ସାମୁହିକ ସଫେଇ କରାଯିବା ପରେ ସେଠାରେ ଥିବା ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ “ଜନସ୍ୱାର୍ଥ ସୁରକ୍ଷା ସମିତି’ର ସଂଯୋଜକ ତଥା ଶିକ୍ଷାବିତ୍‍ ସନ୍ତୋଷ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ଶିକ୍ଷାବିତ୍‍ ପ୍ରସନ୍ନ କୁମାର ଦାସ ସ୍ୱାଗତ ଭାଷଣ ଦେବା ସହ ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।  ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅର୍ଜ୍ଜୁନ ଘଡେଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ସଂପର୍କରେ ଆଲୋକପାତ କରିବା ସହ ଉକ୍ତ ବିଦ୍ୟାଳୟର ଇଂରାଜୀ ନାମକୁ ପରିବର୍ତ୍ତନ କରାଯାଇ ଗୋପବନ୍ଧୁ ସ୍ମୃତି ବିଦ୍ୟାପୀଠ ନାମରେ ନାମିତ କରିବାକୁ ସରକାରଙ୍କ ନିକଟରେ ଦାବି ରଖିଥିଲେ । ସରକାରଙ୍କ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯିବା ସହ ତାଙ୍କ ଦ୍ୱାରା ରଚିତ କବିତା ଗୁଡିକୁ ବିଭିନ୍ନ ଭାଷାରେ ଭାଷାନ୍ତର କରାଯାଇ ତାକୁ କଣ୍ଠଶିଳ୍ପୀଙ୍କ ଦ୍ୱାରା ରେକଡିଂ କରାଇ ପ୍ରଚାର ଓ ପ୍ରସାର କରାଇବାକୁ ଦାବି କରାଯାଇଛି । ସତ୍ୟବାଦୀ ବନବିଦ୍ୟାଳୟ ଉପରେ ଅଧିକ ଗବେଷଣା କରାଯିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀ ସ୍ଥଳୀକୁ ଆବଦ୍ଧ କରାଯାଇ ସେଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯାଇ ଆକର୍ଷଣୀୟ କରାଯିବାକୁ ଦାବି ହୋଇଛି। ଉପରୋକ୍ତ ଦାବି ସଂପର୍କିତ ଏକ ସ୍ମାରକପତ୍ରକୁ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ନିକଟକୁ ପଠାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories