www.samajalive.in
Sunday, December 7, 2025
23.1 C
Bhubaneswar

ଫୁଲବାଣୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ 

ଫୁଲବାଣୀ : ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ୍‌ଙ୍କ ୧୪୭ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ “ସମାଜ” ତରଫରୁ ଏକ  ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।  ବୁଧବାର ସକାଳ ୮ଟା ସମୟରେ ରୋଟାରୀ କ୍ଲବ୍‌ ଫୁଲବାଣୀ,ଏମ୍‌ କେ ଏସ୍‌ ପି, ଫୁଲବାଣୀ, ସ୍ୱେଚ୍ଛାସେବୀ ସଂସ୍ଥା “ସ୍ୱାତୀ”, ଇ-ଲାଇବ୍ରେରୀ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା , ରୋଟାରୀ କ୍ଲବ୍‌ ସଭାପତି ବିପ୍ରଚରଣ ପାତ୍ର,ଏମ୍‌ କେ ଏସ୍‌ ପି ସଭାପତି ବିଜୟକୃଷ୍ଣ ପଟ୍ଟନାୟକ,ସ୍ୱାତୀର ପ୍ରକଳ୍ପ ଅଧିକାରୀ ପ୍ରଦୀପ ସ୍ୱାଇଁ, ଉତ୍କଳ ସମ୍ମିଳନୀ ପ୍ରାକ୍ତନ ସଭାପତି ବସନ୍ତ କୁମାର ତ୍ରିପାଠୀ,ବରିଷ୍ଠ ଆଇନଜୀବୀ ପ୍ରତାପ ପାତ୍ର ଙ୍କ ସହ ବହୁ ସଂଖ୍ୟାରେ ସାଧାରଣ ଜନତା ଏଥିରେ ଯୋଗଦେଇଥିଲେ। ସମାଜ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି  କାର୍ଯ୍ୟକ୍ରମ ପାଇଁ ରୋଟାରୀଆନ୍‌  ପ୍ରସନ୍ନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories