www.samajalive.in
Sunday, December 14, 2025
23.1 C
Bhubaneswar

ବଜ୍ରପାତରେ ଭୁଶୁଡିଲା ମନ୍ଦିର ପାଚେରୀ

ପିପିଲି :ପିପିଲି ବ୍ଲକ କଣ୍ଟି ପଞ୍ଚାୟତ ଅନ୍ତର୍ଗତ କାକୁଡିଆ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରର ପ୍ରାଚୀର ଶନିବାର ଅପରାହ୍ନରେ ବଜ୍ରପାତରେ ଭୁଶୁୁଡି ପଡିଛି। ଶନିବାର କାକୁଡିଆ, ହରିରାଜପୁର, ନିଜିଗଡକୁରୁଖି ଆଦି ଅଞ୍ଚଳରେ ଭୀଷଣ ବର୍ଷା ସାଙ୍ଗକୁ ପ୍ରବଳ ବଜ୍ରପାତ ହୋଇଥିଲା। ଅପରାହ୍ନ ପ୍ରାୟ ୨ଟାରେ ଏହି ପୁରାତନ ମନ୍ଦିରର ଡାହାଣ ପାର୍ଶ୍ବ ପ୍ରାଚୀର ଉପରେ ହଠାତ ବଜ୍ରପାତ ହୋଇଥିଲା। ଫଳରେ ପ୍ରାୟ ଶହେ ଫୁଟରୁ ଅଧିକ ଲମ୍ବର ପ୍ରାଚୀର ସେଠାରେ ଭୁଶୁଡି ପଡିଥିଲା। ବଜ୍ରପାତ ସ୍ଥାନରେ ଥିବା ଅନାବନା ଗଛ ଗୁଡିକ ପୋଡି କଳା ପଡିଯାଇଥିବା ପରିଲକ୍ଷିତ ହୋଇଛି। ଏହି ବଜ୍ରପାତରେ ସମଗ୍ର ଗାଁ ଥରି ଉଠିଥିବା ବେଳେ ଅନେକ ଘରର ଫ୍ରିଜ୍, ଫ୍ୟାନ୍‍ ଓ ଇଲେକ୍ଟ୍ରି ବଲ୍‍ବ ଆଦି ପୋଡି ଯାଇଥିବା ସୂଚନା ମିଳିଛି।
ରାଜା ଦ୍ୱିତୀୟ ନରସିଂହଙ୍କ ଦ୍ୱାରା ତ୍ରୟୋଦଶ ଶତାବ୍ଦିରେ ନିର୍ମିତ ଏହି ପୁରାତନ ଗୋପିନାଥ ଦେବଙ୍କ ମନ୍ଦିରକୁ ରାଜ୍ୟ ଓ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ହାତକୁ ନେଇ କିଛି ବର୍ଷ ତଳେ ମନ୍ଦିରର ଆବଶ୍ୟକୀୟ ମରାମତି କାର୍ଯ୍ୟ କରିଥିଲା। ତେବେ ଏହି ପ୍ରାଚୀନ ମନ୍ଦିରର ଭଗ୍ନ ପ୍ରାଚୀର ଯଥାଶିଘ୍ର ମରାମତି କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରତ୍ନତତ୍ତ୍ୱ ବିଭାଗ ନିକଟରେ ଦାବି କରାଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories